ଯାଜପୁରରେ ସିଆରସିସି (CRCC) ମାନଙ୍କର ଜିଲ୍ଲା ସ୍ତରୀୟ ସମୀକ୍ଷା ଓ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଯାଜପୁର, : ୧୨/୯/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ଦ୍ୱାରା ଜିଲ୍ଲା ସ୍ତରୀୟ ‘ସମୀକ୍ଷା-ସହ-କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ’ (District Level One Day Review-cum-Capacity Building Programme of CRCCs) ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଜିଲ୍ଲାର ୧୫୨ଟି କ୍ଲଷ୍ଟରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସିଆରସିସି (CRCC) ମାନେ ହେଉଛନ୍ତି ମଧ୍ୟବର୍ତ୍ତୀ ସୁପରଭିଜନର ପ୍ରକୃତ ମେରୁଦଣ୍ଡ। ଜିଲ୍ଲାର ପ୍ରାୟ ୨.୫୧ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ଏବଂ ସେମାନଙ୍କର ମୌଳିକ ଦକ୍ଷତା (Basic Competency) ବୃଦ୍ଧି କରିବା ପାଇଁ ସେମାନଙ୍କର ଆନ୍ତରିକ ପ୍ରଚେଷ୍ଟା ନିତାନ୍ତ ଆବଶ୍ୟକ। ଶିକ୍ଷକ ଓ ସିଆରସିସି ମାନେ କେବଳ ସରକାରୀ ଚାକିରି କରୁନାହାନ୍ତି, ବରଂ ନୂତନ ସମାଜ ଓ ଦେଶର ଭବିଷ୍ୟତ ନିର୍ମାଣ କରୁଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମହେଶ୍ୱର ସାହୁ (DEO) ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସଫଳତାର କାବ୍ୟିକ ସଂଜ୍ଞା ଦେବା ସହ କହିଥିଲେ ଯେ, ସିଆରସିସି ମାନେ ହେଉଛନ୍ତି ତୃଣମୂଳ ସ୍ତରର ପ୍ରକୃତ ନେତା। ସେମାନଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠା ବିନା ଶିକ୍ଷାର ସଫଳତା ଅସମ୍ଭବ। ଏହି କାର୍ଯ୍ୟକ୍ରମରେ ଡାଏଟ୍ (DIET) ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଗୁରୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣୀ ଶ୍ରୀମତୀ ସୁରମା ମହାପାତ୍ର ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଆଲୋକ କୁମାର ବନ୍ଧ ପ୍ରମୁଖ  ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଆରସିସି ମାନଙ୍କୁ ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ମାର୍ଗଦର୍ଶନ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ (BEO) ଓ ସିଆରସିସି (CRCC) ପ୍ରତିନିଧିମାନେ ଉପସ୍ଥିତ ରହି ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ପରିବର୍ତ୍ତନ ପାଇଁ ସଙ୍କଳ୍ପ ନେଇଥିଲେ। ଅପରାହ୍ନରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦାମୋଦର ବେହେରା ଓ ସମାଜସେବୀ ମଣ୍ଟୁ ଦାସ ଉପସ୍ଥିତ ରହି ପ୍ରେରଣାଦାୟୀ ତଥା ଉତ୍ସାହ ବର୍ଦ୍ଧକ ବାର୍ତ୍ତା ପ୍ରଦାନ କରିଥିଲେ l ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ କୁମାରସେନ ସେନାପତି ବିଭିନ୍ନ ପରୀକ୍ଷା ଓ ବିଜ୍ଞାନ  ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ l ଭାରlପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା  ନିରୀକ୍ଷକ ଶ୍ରୀମତୀ ସବିତା ନାୟକ, ପ୍ରୋଗ୍ରାମ ସଂଯୋଜକ ଅରୁଣ କୁମାର ମହାନ୍ତ , ପ୍ଲାନିଂ ସଂଯୋଜକ ତ୍ରିଲୋଚନ ସାହୁ, ଆର୍ଥିକ ପରାମର୍ଶ ଦାତା ସୁଧୀ ରଞ୍ଜନ ଦାସ,ଏକାଉଟାଣ୍ଟ ସ୍ମୃତି ରଞ୍ଜନ ମହାନ୍ତି, ଜୋଶ୍ନାମୟୀ ଧଳ, ପ୍ରିୟମ୍ବଦା ମିଶ୍ର, ଗାୟତ୍ରୀ ମହାନ୍ତି ସହ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଅନ୍ୟାନ୍ୟ ସଂଯୋଜକ, କର୍ମଚାରୀ ଓ ଜିଲ୍ଲା ସ୍କୁଲର ଶିକ୍ଷକ ରାଧାରମଣ ମହାପାତ୍ରଙ୍କ ସହ ଅନ୍ୟ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l

Related Posts

About The Author

Add Comment