ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

Spread the love
  • 9
  •  
  •  
  •  
  •  
    9
    Shares

ରମେଶ ପ୍ରସାଦ ମହାପାତ୍ର (୧ ଅକ୍ଟୋବର ୧୯୩୯ – ୧୪ ଜାନୁଆରୀ ୧୯୮୯) ଜଣେ ପ୍ରତ୍ନତ‌ତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ ଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତ‌ତ୍ତ୍ୱ ବିଭାଗରେ ସନ ୧୯୬୩ରୁ ୧୯୮୯ ପର୍ଯ୍ୟନ୍ତ ସେ କ୍ୟୁରେଟର ଥିଲେ । ସେହି ସମୟରେ ପ୍ରତ୍ନତ‌ତ୍ତ୍ୱ କ୍ଷେତ୍ର, କଳା ଇତିହାସ, ଧର୍ମ ଓ ଓଡ଼ିଶା ସଂସ୍କୃତିର ଅନ୍ୟାନ୍ୟ ଦିଗମାନଙ୍କ ଉପରେ ଐତିହାସିକ ଗବେଷଣା କରି ଅନେକ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ ।

 

ପ୍ରାକ୍ ଜୀବନ ଓ ଶିକ୍ଷା

ରମେଶ ପ୍ରସାଦ ଜଣେ କୂଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯାହାର ଢେଙ୍କାନାଳ ରାଜ ପରିବାର ସାଥୀରେ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ତାଙ୍କୁ ଓଡ଼ିଶାର ସାମରିକ ଇତିହାସ ଲେଖିବାରେ ବ‌ହୁତ ସାହାଯ୍ୟ କରିଥିଲା ।[୧] ତତ୍କାଳୀନ ଜମିଦାର ସୀତାନାଥ ପରମଗୁରୁ ଓ ମୋତି ଦେବୀଙ୍କ ଗର୍ଭରୁ ସେ ଜନ୍ମ ହୋଇଥିଲେ ଓ କୁସୁମ ମହାପାତ୍ରଙ୍କୁ ବିବାହ କରିଥିଲେ ।

କଟକରେ ଥିବା ରେଭେନ୍ସା ମହାବିଦ୍ୟାଳୟରୁ ସେ ଇତିହାସ ବିଷୟରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ପରେ ଦିଲ୍ଲୀରେ ଅବସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣର ଦିଲ୍ଲୀ ସ୍କୁଲ ଅଫ ଆର୍କିଓଲୋଜିର ଡିପ୍ଲୋମା ପାଇଥିଲେ । ସେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଉପରେ ଅନୁଶୀଳନ କରି ସନ ୧୯୭୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ । କଳିଙ୍ଗସମ୍ରାଟ ଖାରବେଳଙ୍କ ସମୟରେ ଉଦୟଗିରି ଓ ଖଣ୍ଡଗିରି ଯମଜ ଗୁମ୍ପାଦ୍ୱୟର ଭାରତୀୟ କଳା ଓ ସ୍ଥାପତ୍ୟ ଉପରେ ପ୍ରାଧାନ୍ୟ ଉପରେ ସେ ତାଙ୍କର ସନ୍ଦର୍ଭରେ (ଥେସିସ୍‌)[୨] ଆଲୋକପାତ କରିଥିଲେ । ଏହି ଗୁମ୍ପାଗୁଡ଼ିକ ଭାରତୀୟ ଜୈନ ସ୍ଥାପତ୍ୟର ଅୟମାରମ୍ଭ ଥିଲା । ଓଡ଼ିଶାରେ ଜୈନ ସ୍ମାରକ[୩] ସନ୍ଦର୍ଭ ଲେଖି ସେ ୧୯୭୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି ଲିଟ ପାଇଥିଲେ ।

ଐତିହାସିକ ଗବେଷଣାପ୍ରତି ଏନ. କେ. ସାହୁ ତାଙ୍କୁ ଆକର୍ଷିତ କରିଥିଲେ ଯାହାଙ୍କ ସ‌ହିତ ସେ ୧୯୬୨ରେ କାମ କରିଥିଲେ । (Utkal University History of Orissa, vol I, 1964, preface).[୪] ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଭାବରେ ଯୋଗଦାନ କଲାପରେ ସେ ଫିଲ୍ଡ ଆର୍କିଓଲୋଜି ଓ ଓଡ଼ିଶାର କଳା ବିଷୟରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ତ‌ତ୍ତ୍ୱାବଧାନରେ ଗବେଷଣା ଆରମ୍ଭ କରିଥିଲେ ।

ମହାପାତ୍ରଙ୍କ ପ୍ରସଙ୍ଗ ସୂଚନା ବ‌ହି ଆର୍କିଓଲୋଜି ଇନ ଓଡ଼ିଶା[୫] ଦୁଇ ଖଣ୍ଡରେ ଛାପା ହୋଇଥିବା ବ‌ହିରେ ଓଡ଼ିଶାର ତେର ଜିଲ୍ଲାର ପ୍ରାଗ୍ଐତିହାସିକ ଓ ଐତିହାସିକ ଆର୍କିଓଲୋଜି ବିଷୟରେ ବିଷଦ ବିବରଣୀ ଲିପିବଦ୍ଧ ହୋଇଅଛି । ତାଙ୍କଦ୍ୱାରା ସଂଗୃହିତ କଳା ସମ୍ପତ୍ତି, ପୁରାକାଳର କଳାକୃତି ଓ ପ୍ରତ୍ନତଅତ୍ତ୍ୱିକ କଳାକୃତି ସଂଗୃହିତ ହୋଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଛି ।[୫]

ଦେଶ ବିଦେଶରେ ଅନେକ କିମିଟିର ସଭ୍ୟ ଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀର ସଭ୍ୟ ଥିଲେ ।

ବ‌ହି

ତାଙ୍କଦ୍ୱାରା ଲିଖିତ ବ‌ହିମାନଙ୍କ ତାଲିକା:-

ବଛା ବିଷୟ

Serial No. Article Name Published On(Source)
1 Griddles as depicted in temple sculpture of Bhubaneswar O.H.R.J, Vol. XII/1
2 Two Patta Paintings of Jagannath in Orissa State Museum O.H.R.J, Vol. XIII/4
3 Names of the Caves of Udayagiri and Khandagiri O.H.R.J, Vol. XXII/3&4
4 Winged and Enigmatic animal figures in Udayagiri caves of Orissa O.H.R.J, Vol. XXIII/1-4
5 Position of Women as depicted in the early sculptures of Udayagiri and Khandagiri O.H.R.J, Vol. XXIV,XXv and XXVI
6 Tradition in Architecture Art Tradition of Orissa, Orissa Sahitya Academy, Bhubaneswar, 1982
7 Krishna Theme in Orissan sculpture O.H.R.J, Vol. XXXI No. 2,3,4
8 Folk elements of Udayagiri and Khandagiri Caves in Orissa International Seminar on Folk Culture, 1978, Edited by Prof. K. S. Behera etc.
9 Tirthankar and Sasanadevis of Khandagiri Caves In proceedings of International Seminar on Buddhism and Jainaism
10 Architecture of Jaina religion shrines of Orissa Bharati, Prof. R. C. Majumdar Volume, Dept. of Ancient Indian History and Culture, Banaras Hindu University, Banaras
11 Problem of Kalinga Jina in Krishna Pratibha, Commemoration volume for Dr. K. C. Panigrahi, Edited by Dr. H. C. Das etc.
  • 9
    Shares

Related Posts

About The Author

Add Comment