ଚୈତନ୍ୟ

Spread the love
  • 4
    Shares

ଚୈତନ୍ୟଦେବ (୧୪୮୬-୧୫୩୪), ଭାରତରେ ଭକ୍ତିବାଦର ଜଣେ ଜଣାଶୁଣା ପ୍ରଚାରକ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ୱୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ । ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।

ବଂଶାବଳୀ

ଚୈତନ୍ୟ ନିଜେ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ପୂର୍ବଜ ଉତ୍କଳୀୟ ଥିଲେ ବୋଲି ବହୁ ଗବେଷକଙ୍କ ମତ ରହିଛି । ତାଙ୍କ ପୂର୍ବପୁରୁଷ ଯାଜପୁର ନିବାସୀ ଓଡ଼ିଆ ବ୍ରାହ୍ମଣ ଥିଲେ । ତଦନ୍ତୀନ ଉତ୍କଳ ରାଜା କପିଳେନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ଜଗନ୍ନାଥ ମିଶ୍ରଙ୍କ ପୂର୍ବପୁରୁଷଙ୍କର ରାଜାଙ୍କ ସହିତ ମନୋମାଳିନ୍ୟ ଘଟିବାରୁ ରାଜା ତାଙ୍କୁ ଓଡ଼ିଶାରୁ ବାହାର କରିଦେଇଥିଲେ ଓ ସେ ସପରିବାର ଯାଇ ଶ୍ରୀହଟ୍ଟ ଜିଲ୍ଲାରେ ବାସ କଲେ । ଏଣୁ ଶ୍ରୀଚୈତନ୍ୟଦେବ ବଙ୍ଗବାସୀ ଓଡ଼ିଆ ଥିଲେ । ତଳେ ତାଙ୍କ ବଂଶାବଳୀ ଦିଆଯାଇଛି ।

ସନ୍ନ୍ୟାସ ଜୀବନ

ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ ପିତୃ ବିୟୋଗ ହୁଏ । ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଛଅ ବର୍ଷ କାଳ ଦକ୍ଷିଣ ଭାରତରେ ଅତିବାହିତ କରିଥିଲେ ଓ ଜୀବନର ଶେଷ ୨୪ବର୍ଷ ସେ ପୁରୀରେଅତିବାହିତ କରିଥିଲେ ।  ପୁରୀକୁ କେନ୍ଦ୍ର କରି ସେ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପରିପ୍ରସାର କରିଥିଲେ । ରାକ୍ଷସ ସ୍ୱଭାବ ଜଗାଇ ମାଧାଇଙ୍କ ଚିତ୍ତ ପରିବର୍ତ୍ତନ କରି ଦେଇଥିଲେ । ତାଙ୍କୁ ସଂକୀର୍ତ୍ତନର ପିତା ବୋଲି କୁହାଯାଏ, ଓଡ଼ିଶାର ସଂକୀର୍ତ୍ତନ ଗାୟକମାନେ କୀର୍ତ୍ତନ ଆରମ୍ଭରେ “ମମ ପ୍ରାଣ ଗୌରାଙ୍ଗ ହେ’ ବୋଲି ଉଚ୍ଚାରଣ କରନ୍ତି । ତାଙ୍କ ଧର୍ମ ପ୍ରଚାର ଫଳରେ ଓଡ଼ିଶା ଦୁର୍ବଳ ହୋଇଯିବା କେହି କେହି କହିଥାଆନ୍ତି, ଏହି ମତକୁ କିନ୍ତୁ ଐତିହାସିକ ପ୍ରଭାତ ମୁଖାର୍ଜୀ ଇତ୍ୟାଦି ଖଣ୍ଡନ କରିଛନ୍ତି । ଯୁବକ ସମୟରେ ସେ ସଂସ୍କୃତ ଅଧ୍ୟାପକ ଥାଇ ଦିଗବିଜୟୀ ପଣ୍ଡିତମାନଙ୍କୁ ପରାସ୍ତ କରିଥିଲେ ମଧ୍ୟ ତାଙ୍କର ସ୍ୱଭାବ ଥିଲା ନମ୍ର । ଭାରତବର୍ଷର ବିଶିଷ୍ଟ ପଣ୍ଡିତମାନେ ତାଙ୍କ ପ୍ରଭାବରେ କୃଷ୍ଣ ଭକ୍ତ ହୋଇଥିଲେ । ସେ ବହୁ ଭକ୍ତଙ୍କୁ ବିଷ୍ଣୁଙ୍କର ବିଭିନ୍ନ ଅବତାର ରୂପେ ଦର୍ଶନ ଦେଇଛନ୍ତି । ଓଡ଼ିଶାରେ ସେ ଦେଖାଇଥିବା ଷଡ଼ଭୂଜ ଗୌରାଙ୍ଗ ମୂର୍ତ୍ତିି ଓ ତାଙ୍କ ଶ୍ରୀପାଦପଦ୍ମ ପୁରୀ ଶ୍ରୀମନ୍ଦିର ବେଢ଼ାରେ ପୂଜା ପାଉଛନ୍ତି ।

ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ସ୍ୱ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ୱ ହେଲା ପ୍ରେମ ଓ ଭଗବାନ କୃଷ୍ଣଙ୍କଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।

ତତ୍କାଳୀନ ଶାସକଙ୍କ ବିରୋଧରେ ଆଇନ ଅମାନ୍ୟ କୃଷ୍ଣ ନାମ ସଂକୀର୍ତ୍ତନ ଆନ୍ଦୋଳନ କରି ଚାନ୍ଦକାଜୀଙ୍କୁ ସାଧୁ କରାଇ ଦେଇଥିଲେ । ଚୈତନ୍ୟ ଦେବ ବେଦ ଓ ଭାଗବତୋକ୍ତ ସାମ୍ୟବାଦର ପ୍ରବର୍ତ୍ତକ । ଜାତିଭେଦକୁ ସେ ଦୂର କରି ଯବନ ହରିଦାସ ଠାକୁରଙ୍କୁ ତାଙ୍କ ନାମ ଆନ୍ଦୋଳନର ଆଚାର୍ଯ୍ୟ କରାଇଥିଲେ । ରାମାନନ୍ଦ ରାୟଙ୍କଦ୍ୱାରା ଭକ୍ତି ତତ୍ତ୍ୱର ଶିକ୍ଷା ପ୍ରଚାର କରାଇଥିଲେ । ତାଙ୍କର ଅନୁଜ ଶ୍ରୀ ରୂପ ସନାତନାଦି ବ୍ରଜର ଗୋସ୍ୱାମୀମାନେ ସଂସ୍କୃତରେ ବହୁ ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟକରିଛନ୍ତି । ତାଙ୍କ ଦାର୍ଶନିକ ମତବାଦର ନାମ ଅଚିନ୍ତ୍ୟ ଭେଦାଭେଦବାଦ, ବେଦାନ୍ତର ଏହି ପ୍ରାଚୀନ ମତବାଦ ଉପରେ ଶ୍ରୀଚେତନ୍ୟାନୁଜ ଓଡ଼ିଶାର ବଳଦେବ ବିଦ୍ୟାଭୂଷଣ ଗୋବିନ୍ଦ ଭାଷ୍ୟ ପ୍ରଣୟନ କରିଛନ୍ତି । ଠାକୁର ନିଗମାନନ୍ଦ ସରସ୍ୱତୀ ଚୈତନ୍ୟଙ୍କୁ ଶେଷ ଅବତାର ବୋଲି କହିଛନ୍ତି

  • 4
    Shares

Related Posts

About The Author

Add Comment