ସୁନ୍ଦରଗଡ ତା:୧୪/୧୧/୨୦୨୬( ସନ୍ଧାନ ନ୍ୟୁଜ) ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅଜୟ ଭାଇ କଲ୍ ଟ୍ରାକିଂ ଡ୍ୟୁଟିରେ ଯାଇ ଭଦ୍ରକରୁ ପୁରୀ ଫେରୁଥିବା ସମୟରେ ବାସୁଦେବପୁର ରାସ୍ତାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚିରଦିନ ପାଇଁ ଚାଲିଗଲେ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ମାଟିକୁ ଅଣାଯାଇଥିଲା। ସୁବଡ଼େଗା ଦେଇ ତାଙ୍କର ଶେଷ ଯାତ୍ରା ନିଜ ଜନ୍ମମାଟି ଅଭିମୁଖେ ଯାଇଥିଲାଅନ୍ତିମ ସଂସ୍କାର ସମୟରେ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ତାଙ୍କୁ ସମ୍ମାନର ସହ ସଲାମୀ ଦିଆଯାଇଥିଲା।ଅଜୟ ଭାଇ, ଆପଣଙ୍କ ଏହି ଅକାଳ ବିୟୋଗ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି। ଆପଣଙ୍କ କର୍ତ୍ତବ୍ୟନିଷ୍ଠା ଓ ସ୍ମୃତି ସବୁଦିନ ପାଇଁ ଅମର ହୋଇ ରହିବ।
ସହିଦ ଅଜୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ସମ୍ମାନର ସହ ଦିଆଗଲା ଶେଷ ବିଦାୟ
|
November 14, 2026 |



