ପଣ୍ଡିତ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ପରଲୋକ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୧୬ା୦୨(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ଗ୍ରାମର ପଣ୍ଡତ କୃଷ୍ଣ ଚନ୍ଦ୍ର ପାଢ଼ୀଙ୍କର ୯୨ ବର୍ଷ ବୟଷରେ ପରଲୋକ ଘଟିଚି । ଶ୍ରୀ ପାଢ଼ୀ ଦିର୍ଘ ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ବେଳେ, ଶ୍ରୀ ପାଢ଼ୀଙ୍କର ୧୨ଟା ସମୟରେ ପରଲୋକ ଘଟିଥିଲା । ଶ୍ରୀ ପାଢ଼ୀ ବନ୍ଧଡିହ ପଂଚାୟତରେ କାହିଁକି ଯାଜପୁ ରଜିଲ୍ଲାରେ ଜଣେ ବରିଷ୍ଠ ପଣ୍ଡିତ ଭାବରେ କାର୍ଯ୍ୟକରି ଏ ଅଞ୍ଚଳରେ ବେଶ ପରିଚିତ ଥିଲେ । ବିଭାଘର ଠାରୁ ଆରମ୍ଭ କରି ବ୍ରତ ଘର, ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକରିବା ସହିତ ଜଜମାନଙ୍କର କାମ କରୁଥିଲେ । ଅସୁସ୍ଥ ହୋଇ ପଡ଼ିବାରୁ ଶ୍ରୀ ପାଢ଼ୀ ଜଜମାନଙ୍କର କାମ କରିପାରୁନଥିଲେ । ଯାହାକି ତାଙ୍କ ବଡ଼ପୁଅ ହାପି ପାଢ଼ୀ, ସାନପୁଅ ଜଜମାନ ମାନଙ୍କର କାମ କରୁଥିଲେ । ଶ୍ରୀ ପାଢ଼ୀ ପରଲୋକ ହେବାରୁ ତାଙ୍କ ନିଜ ବାସଭବନରୁ ବାହାର କରାଯାଇ ଗ୍ରାମ ପରିକ୍ରମା କରାଯିବା ସହିତ ତାଙ୍କର ଅନ୍ତିମ ଶସ୍କାର ତାଙ୍କ ନିଜ ଜନ୍ମ ମାଟିରେ କରାଯାଇଥିଲା । ତାଙ୍କ ବଡ଼ପୁଅ ହାପି ପାଢ଼ୀ ମୁଖାଗ୍ନି ଦେଇଥିବା ବେଳେ, ପରିବାର ସଦସ୍ୟମାନେ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକା ଶକରିବା ସହିତ ତାଙ୍କ ଆତ୍ମାର ସଦଗତି ହେଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶ୍ରୀ ପାଢ଼ୀଙ୍କ ମୃତ୍ୟୁରେ ବନ୍ଧଡିହ ପାଂୟତରେ ଶୋକର ଛାୟା ଖେଳିଯାଇଚି ।

Related Posts

About The Author

Add Comment