ଗୁରୁ ନାନକ ଲାହୋର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଲ୍ପ ବୟସରେ ସଂସାର ତ୍ୟାଗ କରି ଧର୍ମଜ୍ଞାନ ଲାଭ ନିମିତ୍ତ ଭାରତର ନାନା ସ୍ଥାନ ପରିଦର୍ଶନ କରିଥିଲେ । କଥିତ ଅଛି, ସେ ଇସଲାସ ଧର୍ମର ମୂଳତତ୍ତ୍ୱ ଅବଗତ ହେବା ନିମିତ୍ତ ସୁଦୂର ମକ୍କା ଓ ବାଗଦାଦକୁ ଯାତ୍ରା କରିଥିଲେ । ଶେଷ ଜୀବନରେ ସେ ପଞ୍ଜାବର କର୍ତ୍ତତପୁର ନାମକ ସ୍ଥାନରେ ଅବସ୍ଥାନ କରି ସ୍ୱ ଧର୍ମମତ ପ୍ରଚାର କରିଥିଲେ । ୧୫୩୮ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ ।
ଧର୍ମ ପ୍ରଚାର
ହିନ୍ଦୁ ଓ ଇସଲାମର ମୌଳିକ ସତ୍ୟଗୁଡିକ ଏକତ୍ର କରି ସେ ଶିଖ ନାମକ ନୂତନ ଧର୍ମ ପ୍ରଚାର କରିଥିଲେ । ଏହାର ମୂଳତତ୍ତ୍ୱ ହେଲା ହିନ୍ଦୁ ଓ ମୁସଲମାନ ମାନେ ଅଭିନ୍ନ ଏବଂ ଇଶ୍ୱର ଏକ ଓ ଇଶ୍ୱରପ୍ରେମ ହିଁ ମୋକ୍ଷଲାଭର ଏକମାତ୍ର ଉପାୟ । ନାମ (ଈଶ୍ୱର ନାମକୀର୍ତ୍ତନ) , ଦାନ ଓ ସ୍ନାନ ଶିଖ ଧର୍ମର ସାରମର୍ମ । ଉଭୟ ହିନ୍ଦୁ ଓ ମୁସଲମାନ ଉକ୍ତ ଧର୍ମରେ ଦୀକ୍ଷିତ ହୋଇଥିଲେ ।
ଗୁରୁ ନାନକ
|
|
ଜନ୍ମ ଓ ଜନ୍ମସ୍ଥାନ | ୧୫ ଏପ୍ରିଲ ୧୪୬୯
ନନକାନା ସାହିବ
(ବର୍ତମାନ ପାକିସ୍ତାନରେ ଅବସ୍ଥିତ) |
---|---|
ମୃତ୍ୟୁ | ୨୨ ସେପ୍ଟେମ୍ବର ୧୫୩୯ |
ସମାଧି ସ୍ଥଳ | କର୍ତାରପୁର (ବର୍ତମାନ ପାକିସ୍ତାନରେ ଅବସ୍ଥିତ) |
ବାପା ବୋଉ | ପିତା:କାଲୁ ମେହତା ମାତା: ମାତା ତ୍ରିପ୍ତା |