ଜୟନ୍ତ ମହାପାତ୍ର (ଜନ୍ମ ୨୨ ଅକ୍ଟୋବର ୧୯୨୮) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ତଥା ଇଂରାଜୀ କବି । ତାଙ୍କର ୨୭ଟି ଇଂରାଜୀ ଓ ୯ଟି ଓଡ଼ିଆ କବିତା ସଙ୍କଳନ ସହିତ ଗୋଟିଏ ଗପ ବହି ଏବଂ ଆତ୍ମଜୀବନୀ ପାହିନି ରାତି ପ୍ରକାଶ ପାଇସାରିଛି ।
ଜୀବନ
ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀ ତିଥିରେ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ । ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ଵର , ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ଵର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଛନ୍ତି ।
୩୮ ବର୍ଷ ବୟସରେ ସେ କବିତା ରଚନା କରିବା ଆରମ୍ଭ କଲେ ଏବଂ ୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ ସ୍ଵୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ପରେ ‘କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନର ପ୍ରକାଶନ ହୋଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ , ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ଉଚ୍ଚକୋଟୀର । ପାଠକମାନଙ୍କ ବେଶ ଆଦୃତି ଲାଭ କରିଥିବା ଜୟନ୍ତ ମହାପାତ୍ରଙ୍କ କବିତା ସଂକଳନଟି ହେଉଛି ଦି ଲଙ୍ଗ ପଏମ ରିଲେସନସିପ। ଏହି କବିତା ସଂକଳନ ମଧ୍ୟ ତାଙ୍କୁ ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନ୍ନିତ କରିଥିଲା । କେବଳ ସେତିକି ନୁହେଁ, ସେତେବେଳେ ସେ ମଧ୍ୟ ପ୍ରଥମ ଭାରତୀୟ କବି ଭାବେ ଏହି ସଫଳତା ଅର୍ଜନ କରିଥିଲେ । ସେ ଇତିମଧ୍ୟରେ ୧୬ଟି କବିତା ସଂକଳନ ରଚନା କରିସାରିଛନ୍ତି।
କବିଙ୍କର ଏବେକାର କବିତା ସଂକଳନଗୁଡିକ ହେଉଛି ଶେଡ଼ୋ ସ୍ପେସ, ବେଆର ଫେସ ଏବଂ ରେଣ୍ଡୋମ ଡିସେଣ୍ଟ ଇତ୍ୟାଦି। କେବଳ କବିତା ନୁହଁ, ସେ ମଧ୍ୟ ଅନେକ ପ୍ରବନ୍ଧ ରଚନା କରିଛନ୍ତି । କିଛି କ୍ଷୁଦ୍ର ଗଳ୍ପ ଗୁଡିକୁ ନେଇ ସେ ଏକାକୀ ଗ୍ରୀନ ଗାର୍ଡେନର ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ସମ୍ପାଦନ କ୍ଷେତ୍ରରେ ମଧ୍ୟ ସେ ସଫଳତା ଅର୍ଜନ କରିଛନ୍ତି । କଟକରୁ ପ୍ରକାଶିତ ହେଉଥିବା ଏକ ସାହିତ୍ୟ ପୁସ୍ତିକା ଚନ୍ଦ୍ରଭାଗାକୁ ସେ ବହୁ ବର୍ଷ ଧରି ସମ୍ପାଦନା କରିଛନ୍ତି ।
ରଚନାବଳୀ
ଓଡ଼ିଆ
|
ଇଂରାଜୀ
|
ମାନସମ୍ମାନ
- ପଦ୍ମଶ୍ରୀ, ୨୦୦୯
- କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୧
- ଉତ୍କଳ ରତ୍ନ ସମ୍ମାନ, ୨୦୧୪
- ସାରଳା ସମ୍ମାନ, ୨୦୧୦
- ବିଷୁବ ପୁରସ୍କାର, ୨୦୦୭
- ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୪
- କହ୍ନେୟାଲାଲ ସେଠିଆ ସମ୍ମାନ – ୨୦୧୭(ଜୟପୁର ସାହିତ୍ୟ ଉତ୍ସବରେ ଜୀବନବ୍ୟାପି ସାହିତ୍ୟକୁ ଅବଦାନ ପାଇଁ)
- ଜାକବ ଗ୍ଲାଡଷ୍ଟୋନ ପୁରସ୍କାର(ଆମେରିକୀୟ ପତ୍ରିକା ପୋଏଟ୍ରି ଚିକାଗୋ ତରଫରୁ ପ୍ରଦତ୍ତ)