ରସୁଲୁପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : କୋରନା ମହାମାରୀ ପରେ ଯାଜପୁର ଜିଲ୍ଲାରେ ବନ୍ୟା ରଚିଥିଲା ତାଣ୍ଡବଲୀଳା ବନ୍ୟା ପୀଡିତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କିପରି ପହଞ୍ଚିବ ସେ ଦିଗରେ ସରକାର ପ୍ରଶାସନ କୁ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ତାହା ପ୍ରଶାସନିକ ସ୍ତରରେ କାର୍ଯ୍ୟ ନ ହୋଇ ନେତାଙ୍କ ପାଖ ଲୋକଙ୍କୁ ନେଇ କାର୍ଯ୍ୟ ହେଉଛି ବୋଲି ଏବେ ରସୁଲୁପୁର ବିଡ଼ିଓ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା ଜୋର ଧରିଛି ୫୦ କେଜି ଚାଉଳ ଓ ୫୦୦ଶହ ଟଙ୍କା ପ୍ରତ୍ୟେକ ପରିବାର କୁ ସରକାର ଘୋଷଣା କରିଥିଲେ ହେଲେ ଏବେ ଦୁର୍ନୀତି ଅଭିଯୋଗ ତୁହା କୁ ତୁହା ଆସୁଛି କିଛି ଦିନ ତଳେ ରସୁଲୁପୁର ,ବାରବାଟୀ। ଅର୍ଥଗାଁ ପଞ୍ଚାୟତ ରୁ ଆସିଥିବା ବେଳେ ଏବେ ଜାବରା ପଞ୍ଚାୟତ ରୁ ସମାନ ଅଭିଯୋଗ ଆସିଛି ଉକ୍ତ ଗ୍ରାମରେ ୧୦୩ ପରିବାର ଥିବା ବେଳେ ୨୨ଜଣ ପରିବାର କୁ ରିଲିଫ ସାମଗ୍ରୀ ଦିଆଯାଇଛି କେଉଁ ଆଧାରରେ ଗ୍ରାମରେ ୨୨ପରିବାର କୁ ରିଲିଫ ସାମଗ୍ରୀ ମିଳିଛି ବୋଲି ଗ୍ରାମର ତ୍ରିଲୋଚନ ପଟନାୟକ,ଅଜୟ ଖୁଣ୍ଟିଆ,ଲଷ୍ମୀଧର ମଲିକ,ସଦାନନ୍ଦ ମଳିକଙ୍କ ସହ ବହୁ ଗ୍ରାମବାସୀ ଅଭିଯୋଗ ଆଣି ଆଜି ଡାକ ମାଧ୍ୟମରେ ଏକ ଲିଖିତ ପତ୍ର ରସୁଲୁପୁର ବିଡିଓ ଙ୍କୁ ଜଣାଇଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନାହାନ୍ତି
ରିଲିଫ ବଣ୍ଟନ ଦୁର୍ନୀତି ରସୁଲୁପୁର ବ୍ଲକ ପିଛା ଛାଡ଼ୁନି
|
October 18, 2020 |
