ରାଜଧାନୀ ଭୁବନେଶ୍ୱରରେ ବାଘ

Spread the love
  • 6
  •  
  •  
  •  
  •  
    6
    Shares

ଭୁବନେଶ୍ୱର ୧୮/୦୨ (ସନ୍ଧାନ ନିଉଜ /ବିଜୟ): ରାଜଧାନୀ ଭୁବନେଶ୍ୱରରେ ବାଘ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବା ସୂଚନା ମିଳିଛି । ପଳାସପଲ୍ଲୀ ଠାରେ ଏକ କଲରାପତରିଆ ବାଘର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ଆସୁଥିବାର ସିସିଟିଭି ଦୃଶ୍ୟରୁ ଜଣାପଡୁଛି ।

ଏହି ଘଟଣା କାଲି ରାତିର ଅଟେ । ରାତି ପାଖାପାଖି ୧୧ଟା ବେଳେ ବାଘ ପାଚେରୀ ଡେଇଁଥିବା ସୂଚନା ମିଳିଛି । ତେବେ ବାଘକୁ ଦେଖିଥିବା ନେଇ ମଧ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବାଙ୍ଗନିଧି ସେନାପତି କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାଘ କେଉଁଠୁ ଆସିଲା, କେମିତି ସହର ମଧ୍ୟକୁ ପ୍ରବେଶ କଲା ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏପଟେ ସ୍ଥାନୀୟ ଲୋକମାନେ ଭୟରେ ରହିଛନ୍ତି ।

ବାଘର ଗତିବିଧି ଖବର ଜାଣିବା ପରେ ଆରମ୍ଭ ହୋଇଛି ବାଘ ଅପରେସନ୍ । ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ବନବିଭାଗ ପକ୍ଷରୁ କୁହାଯାଇଛି । ବାଘକୁ ଯେଉଁ ସ୍ଥାନରେ ଦେଖାଯାଇଥିଲା, ବର୍ତ୍ତମାନ ସେହି ସ୍ଥାନକୁ ବନ ବିଭାଗର ସ୍ପେଶାଲ ଟିମ୍ ଯାଉଥିବା ସୂଚନା ମିଳିଛି । ଏନେଇ ଭୁବନେଶ୍ୱର ସିଟି ଡିଏଫଓ ଅଶୋକ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି, ବାଘ ଥାଏ ତେବେ ତାକୁ ଟ୍ରାଙ୍କୁଲାଇଜ୍ ବ୍ୟବସ୍ଥା କରାଯିବ ।

  • 6
    Shares

Related Posts

About The Author

Add Comment