ହିନସ୍ତା ହେଉଛନ୍ତି ଉଜ୍ଜଳା ଗ୍ୟାସ୍ ଉପଭୋକ୍ତ

Spread the love

କେନ୍ଦୁଝର, ୬/୯ (ଲିଙ୍ଗରାଜ ପଣ୍ଡା): ଗାଁ ଗାଁ ରେ ଜାଳେଣି ସମସ୍ୟାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଚୁଲି ଧୁଆଁର ପ୍ରକୋପରୁ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ସରକାରୀ ସ୍ତରରେ ଉଜ୍ଜଳା ଯୋଜନାରେ ଗ୍ୟାସ ବିତରଣ କରାଯାଉଛି । ହେଲେ ତୃଣମୂଳ ସ୍ତରରେ ଗ୍ୟାସ ବିତରକ ଦାୟିତ୍ବ ନିର୍ବାହ କରୁଥିବା କିଛି ବ୍ୟକ୍ତି ବିଶେଷ ହିତାଧିକାରୀଙ୍କୁ ଗ୍ୟାସ ବିତରଣ କରିବାରେ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଗ୍ୟାସ ହିତାଧିକାରୀମାନେ ଘଟଣା ସମ୍ପର୍କରେ ଉଜ୍ଜଳା ଦିଦିଙ୍କ ସହାୟତା ଲୋଡୁଥିଲେ ବି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ପରିତାପର ବିଷୟ ସାଜିଛି । ଏପରିକି ଉଜ୍ଜଳା ଦିଦିମାନେ ଗ୍ୟାସ ବିତରକଙ୍କ ଆକ୍ରୋଶର ଶିକାର ହେବା ଘଟଣାକୁ ଅଧୁକ ସଙ୍ଗିନ କରିଛି । ଶାଳଣିଆଁ ଠାରେ ଥିବା ଏକ ନିର୍ଦ୍ଦିଷ୍ଟ ଗ୍ୟାସ ଏଜେନସି ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷ ନିକଟସ୍ଥ କେତେକ ଉଜ୍ଜଳା ଦିଦିଙ୍କୁ ଅସଦବ୍ୟବହାର କରିବା ଭଳି ଘଟଣା ଶୁଣିବାକୁ ମିଳିଥିଲା । ଯାହାର ବିବଦ୍ଧ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ହିତାଧୁକାରୀ କହିଛନ୍ତି । ନିକଟରେ କରୋନା ମହାମାରୀ ସମୟରେ ଆନନ୍ଦପୁର ବ୍ଲକ କଂଟିପାଳ ଫଚାୟତରେ ଏଭଳି ଘଟଣା ଦେଖୁବାକୁ ମିଳିଥିଲା । ଏବେ କେନ୍ଦୁଝର ଜିଲ୍ଲା ହାଟଡିହାଁ ବ୍ଲକ ଅଧୀନ ଅକାଂଶ ଅଂଚାୟତରେ ଏଭଳି ଘଟଣା ହିତାଧିକାରୀଙ୍କୁ ବ୍ୟତିବ୍ୟସ୍ତ କରିଛି । ହାଟଡିହି ବ୍ଲକ ବିଦ୍ୟାଧରପୁର ଅଂଚଳରେ ଆବଶ୍ୟକ କାଗଜପତ୍ର ନିଆଯାଇ ଶତାଧିକ ହିତାଧିକାରୀଙ୍କ ନାମରେ ଉଜ୍ଜଳା ଯୋଜନାରେ ଗ୍ୟାସ ପଞ୍ଜୀକରଣ କରାଯାଇଛି । ହେଲେ ହିତାଧୁକାରୀମାନେ ବର୍ଷ ବର୍ଷ ଧରି ଗ୍ୟାସ ପାଉନଥିବା ଘଟଣା ନଜରକୁ ଆସିଛି । କରୋନା ଭଳି ବିପର୍ଯ୍ୟୟ ସମୟରେ ଉଜ୍ଜଳା ହିତାଧିକାରୀଙ୍କୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ପ୍ରଦାନ କରାଯିବା ପରେ ଗ୍ୟାସ କେଳେଙ୍କାରୀ ଘଟଣା ସର୍ବସମ୍ମୁଖକୁ ଆସିଥିଲା । ସରକାରୀ ସହାୟତା ଅର୍ଥ ସିଧାସଖ ଉଜ୍ଜଳା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଆସିଥିଲା । ହେଲେ ହିତାଧିକାରୀମାନେ ଏଯାବତ ଗ୍ୟାସ ଚୁଲା, ଟାଙ୍କି ପାଉ ନ ଥିବାବଳେ କେତେକଙ୍କର ଗ୍ୟାସ ଅଛି ହେଲେ ଗ୍ୟାସ ବୁକିଂ କରିବାକୁଙ୍କ ବହି ନାହିଁ । ଗ୍ୟାସ ବିତରକମାନେ ଉଜ୍ଜଳା ଯୋଜନାରେ ଆସୁଥିବା ଗ୍ୟାସ ଟାଙ୍କି କୁ ୫ ସର୍ବସାଧାରଣରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଗରିବ ହିତାଧିକାରୀମାନେ କାମଧନ୍ଦା ପାଇଁ ସେମାନଙ୍କର ଅଧିକାଂଶ ସମୟ ଗଡିଯାଉଥିବାବଳେ ଉଜ୍ଜଳା ଗ୍ୟାସ ବିତରକଙ୍କ ନିକଟକୁ ଦଉଡି ଦଉଡି ନୟାନ୍ତ ହେବାକୁ ପଡୁଛି । ବିତରକମାନେ ଯେକୌଣସି ଆଳରେ ହିତାଧିକାରୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି । ହାଟଡିହି ବ୍ଲକ ହାବଳଶ୍ଵର ପଞ୍ଚାୟତ ଡିମିରିଆ ଗ୍ରାମର ଲକ୍ଷ୍ମୀରାଣୀ ରାଉତ(୬୫) ଙ୍କ କହିବା ଅନୁଯାୟୀ, ଆମେ ୩ ବର୍ଷ ହେଲା ଉଜ୍ଜଳା ଯୋଜନାରେ ଗ୍ୟାସ ନେଇଛୁ । ଅମର ଶାଳଣିଆଁ ଠାରେ ଥିବା ଗ୍ୟାସ ଏଜେନସିରେ ନାମ ପଞ୍ଜିକରଣ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଗ୍ୟାସ ଟାଙ୍କି ଗୋଟିଏ ବି ପାଇନୁ । ଗ୍ୟାସ ବିତରକଙ୍କ ନିକଟକୁ ତାଙ୍କ ସ୍ଵାମୀ ଦଉଡି ଦଉଡି ନୟାନ୍ତ ହେଲେଣି, ବିତରକ ମୋତେ ଯିବାକୁ କହୁଛନ୍ତି, ହେଲେ ମୁଁ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ଘରେ ରହିଛି , ଯାଇପାରୁନି କି ଗ୍ୟାସ ଟାଙ୍କି ଆଣିପାରୁନି ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment