ବରୀରେ ବିଶ୍ୱ ଟିକେଟ ପାଇଥିବାରୁ ଖୁସିର ଲହରୀ ଖେଳିଯାଇଚି

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୨୪ା୦୪: ଯାଜପୁର ଜିଲ୍ଲାରେ ୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଟିକେଟ ଘୋଷଣା ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥରବା ବେଳେ, ୬ଷ୍ଠ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ଅଙ୍କ କଷାଯାଉଥିବା ବେଳେ, ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ବିଶ୍ୱରଂଜନ ଉପରେ ଭରଷା କରି ବରୀ ନିର୍ବାଚନ ମଣ୍ଡଳୀର ଟିକେଟ ବିଶ୍ୱରଂଜନଙ୍କୁ ଦେଇ ଥିବାରୁ ବରୀ ନିର୍ବାଚନ ମଣ୍ଡଳୀର ସମର୍ଥକ ମାନଙ୍କ ମହଲରେ ଖୁସିର ଲହରି ଖେଳିଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ନିର୍ବାଚନ ମଣ୍ଡଳୀ ୪୭ଟି ପଂଚାୟତ କରାଯାଇଥିବାରୁ ବରୀ ନିର୍ବାଚନ ମଣ୍ଡଳୀ ଯାଜପୁର ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଥିବା ବେଳେ, ଏହି ନିର୍ବାଚନ ମଣ୍ଡଳୀରୁ ବହୁ ଆଶାୟୀ ପ୍ରାର୍ଥି ଟିକେଟ ଦୌଡ଼ରେ ରହିôତବା ବେଳେ, ସେଥି ମଧ୍ୟରୁ ବରୀ ନର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ଶ୍ରୀମତୀ ଦାସ ୨୦୧୪ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଧାୟୀକା ହୋଇ କାର୍ଯ୍ୟ କରୁଥିଲେ । ବିଜୁ ଜନତା ଦଳରୁ ପ୍ରାର୍ଥି ହୋଇଥିବା ବିଶ୍ୱରଂଜନ ମଲିକ ବରୀ ପଂଚାୟତ ସମିତର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସୁନନ୍ଦା ଦାସଙ୍କୁ ପଂଚାୟତ ସମିତିରୁ ଲୋକପ୍ରିୟତା ଶ୍ରୀ ମଲିକଙ୍କର ଲୋକପ୍ରିୟତା ରହିôତବା ବେଳେ, ବିଭିନ୍ନ ସଂଙ୍ଗଠନରେ ବିଶ୍ୱରଂଜନ ମଲିକ ଜଡ଼ିତ ରହିଥିବା ବେଳେ, ବିଜୁ ଜନତା ଦଳରୁ ରାଜ୍ୟ ସଂମ୍ପାଦକ ଭାବରେ କାର୍ଯ୍ୟକରି ଆସୁଥିବା ବେଳେ, ୨୦୨୪ ମସିହା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ôଷୁ ଓଡ଼ିଶର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ, ସାଢ଼େ ୪କୋଟୀ ଲୋକଙ୍କର ସେବା କରି ଓଡ଼ିଶାର ବିକାଶ ଦିଗରେ ତାଙ୍କର ବିଜୟ ରଥକୁ ଆଗେଇ ନେଉଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରଜ୍ୟ ସମ୍ପାଦକ ବିଶ୍ୱରଂଜନ ମଲିକଙ୍କ ଉପରେ ଭରଷା କରି ବରୀର ବିଜୟ ମୁକୁଟ ପିନ୍ଧିବା ଲାଗି ବିଶ୍ୱ ଉପରେ ଭରଷା କରି ଟିକଟେ ଦେଇଛନ୍ତି । ଯୁବ ନେତା ବିଶ୍ୱରଂଜନ ମଲିକଙ୍କ ଟିକେଟ ଘୋଷଣା କରାଯିବାରୁ ସମର୍ଥକ ଏବଂ ଜନତା ଦଳର କର୍ମୀ ମାନଙ୍କ ମହଲରେ ଖୁସିର ଲହରି ଖେଳିଯାଇଚି । ଏହି ଅବସରରେ ଶ୍ରୀଯୁକ୍ତ ମଲିକ ପୁରୀକୁ ୍‌ଯାଇ ଜଗନ୍ନାଥଙ୍କ ଆଶ୍ରୀର୍ବାଦ ଭିକ୍ଷା କରିବା ସହିତ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଘଟଗାଁ ବାସିନୀ ମା ତାରିଣୀଙ୍କ ଆଶ୍ରୀର୍ବାଚକୁ ପାଥେୟ କରି ନିର୍ବାଚନ ରଣାଙ୍ଗନକୁ ଶ୍ରୀଯୁକ୍ତ ମଲିକ ବାହାରିଛନ୍ତି । ବରୀର ବିକାଶ ଦିଗରେ ବରୀ ମାଟିର ସ୍ୱାଭିମାନ ସହିଦ ମାଟିର ସମ୍ମାନ ରଖିବା ଲାଗି ଶ୍ରୀଯୁକ୍ତ ମଲିକ ବରୀ ଆସନରୁ ବିଜୟ ଟିକା ପିନ୍ଧିବା ଲାଗି ବରୀର ଜନସାଧାରଣ ଏବଂ ମତଦାତା ମାନଙ୍କୁ ଶ୍ରୀଯୁକ୍ତ ମଲିକ ନିବେଦନ କରିଛନ୍ତି । ଏ ବିଜୟ ମୋର ବିଜୟ ନୁହେଁ ଏ ବିଜୟ ଓଡ଼ିଯାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି ୬ଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୟ ଟିକା ପିନ୍ଧିବା ପାଇଁ ଯାଉଛନ୍ତି ।

Related Posts

About The Author

Add Comment