ନିୟମ ବଦଳାଇଲା ଇପିଏଫଓ: ଏଣିକି ପିଏଫ ଟଙ୍କା ଉଠାଇବାକୁ ହେଲେ କରିବାକୁ ହେବ ଏହି କାମ, ନଚେତ ମିଳିବନି ଟଙ୍କା

Spread the love
  • 2
  •  
  •  
  •  
  •  
    2
    Shares
ଭୁବନେଶ୍ୱର,୨୪/୨(ସନ୍ଧାନ ନିଉଜ/ ମାନସ ରାଉତ)  ଯଦି ଆପଣଙ୍କର ଆଧାର ୟୁନିଭର୍ସାଲ ଆକାଉଂଟ ନମ୍ବର ତଥା ୟୁଏଏନ ସହ ଲିଙ୍କ ରହିଛି ତେବେ ଆପଣ ଆପଣଙ୍କର ପ୍ରୋଭିଡେଂଟ ଫଣ୍ଡ ଆଫଲାଇନ କ୍ଲେମ କରିପାରିବେ ନାହିଁ । କାହିଁକି ନା କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଇପିଏଫଓ ଏଭଳି ମାମଲାରେ ଅଫଲାଇନ କ୍ଲେମ ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଛି । ଅର୍ଥାତ୍ ଯଦି ଆପଣଙ୍କର ଆଧାର ୟୁଏଏନ ସହ ଲିଙ୍କ ରହିଛି ତେବେ ଆପଣଙ୍କୁ ପିଏଫ ପାଇଁ ଏଣିକି ଅନଲାଇନ ଆବେଦନ କରିବାକୁ ପଡିବ ।
ଇପିଏଫଓ ତରଫରୁ ଜାରି ହୋଇଥିବା ସର୍କୁଲାର ଅନୁସାରେ, କଂପାନୀଗୁଡିକ ବଲ୍କରେ ଏଭଳି ସଦସ୍ୟଙ୍କର କ୍ଲେମ ବି ଫିଜିକାଲ ଫର୍ମରେ ଜମା କରାଯାଉଛି, ଯେଉଁଗୁଡିକ କି ଆଧାରର ୟୁଏଏନ ସହ ଲିଙ୍କ ରହିଛି । ଏହାଦ୍ୱାରା ଫିଲ୍ଡ ଅଫିସରେ ଅନାବଶ୍ୟକ କାମର ବୋଝ ବୃଦ୍ଧି ପାଉଛି ଏବଂ କ୍ଲେମ ସେଟେଲମେଂଟରେ ବିଳମ୍ବ ହେଉଛି । ତେଣୁ ଏଭଳି ମାମଲାରେ କଂପାନୀଗୁଡିକର ଅଫଲାଇନ କ୍ଲେମ ଗ୍ରହଣ କରାଯିବା ଆଦୌ ଉଚିତ ନୁହେଁ ଏବଂ କଂପାନୀମାନେ କର୍ମଚାରୀଙ୍କୁ ପରାମର୍ଶ ଦେବା ଉଚିତ କି ସେମାନେ ଅନଲାଇନ କ୍ଲେମ ସର୍ଭିସ ପ୍ଲାଟଫର୍ମର ବ୍ୟବହାର କରନ୍ତୁ ବୋଲି ।
କେବଳ ଅନଲାଇନ କ୍ଲେମ ହେବ ସେଟେଲ
ସର୍କୁଲାରରେ ଆହୁରୀ ମଧ୍ୟ କୁହାଯାଇଛି କି, କୌଣସି ବି ସଦସ୍ୟ ଯଦି ଅନଲାଇନ ଏବଂ ଅଫଲାଇନ କ୍ଲେମ ଫାଇଲ କରନ୍ତି ତେବେ ଏଭଳି ମାମଲରେ ତାଙ୍କର କେବଳ ଅନଲାଇନ କ୍ଲେମ ହିଁ ସେଟେଲ ହେବ, ଅଫଲାଇନରେ କରାଯାଇଥିବା କ୍ଲେମକୁ ଆଦୌ ଗ୍ରହକ କରାଯିବ ନାହିଁ ।
କିଭଳି କରିବେ ଅନଲାଇନ କ୍ଲେମ
• ଅନଲାଇନ କ୍ଲେମ ସବମିଟ କରିବା ପାଇଁ ଆପଣଙ୍କୁ ଇପିଏଫଓର ଆଧିକାରୀକ ୱେବସାଇଟ୍ http://www.epfindia.com/site_en/ କୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ଅନଲାଇନ କ୍ଲେମର ଅପସନ ନଜର ଆସିବ ।
• ଅନଲାଇନ କ୍ଲେମ ଅପସନ ଉପରେ କ୍ଲିକ କରିବା ଦ୍ୱାରା https://unifiedportal-mem.epfindia.gov.in/memberinterface/ଲିଙ୍କ ଖୋଲିବ । ଏଠାରେ ମେମ୍ବରକୁ ନିଜର ୟୁନିଭର୍ସାଲ ଆକାଉଂଟ ନମ୍ବର ତଥା ୟୁଏଏନ ଏବଂ ପାସୱାର୍ଡ ଫିଡିଂ କରିବାକୁ ହେବ । ଏହାପରେ କ୍ଲେମ ସବମିଟ କରିବାର ବିକଳ୍ପ ମିଳିଯିବ ।
କଂପାନୀରେ ଜମା କରିବାକୁ ପଡିବନି ୱିଡ୍ରାଲ ଫର୍ମ
ଏଣିକି ଆପଣଙ୍କୁ ପିଏଫର ଟଙ୍କା ଉଠାଇବା ପାଇଁ ଆଉ କଂପାନୀକୁ ବାରମ୍ବାର ଦୌଡିବାକୁ ପଡିବନି କି କଂପାନୀକୁ ଯାଇ ୱିଡ୍ରାଲ ଫର୍ମ ପୁରଣ କରି ତାକୁ ଜମା କରିବାକୁ ଦରକାର ପଡିବ ନାହିଁ । ଏବେ ଆପଣ ଏହି କାମ ଅନଲାଇନରେ ବି କରିପାରିବେ । ଏଥିପାଇଁ ଆପଣଙ୍କୁ ୟୁନିଫାଇଡ ପୋର୍ଟାଲରେ କେୱାଇସି ପୂରା କରିବାକୁ ହେବ ।
  • 2
    Shares

Related Posts

About The Author

Add Comment