ଏଯାଏଁ ଶହୀଦଙ୍କୁ ମିଳି ନାହିଁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା !

Spread the love
  •  
  •  
  •  
  •  
  •  
ସୁନ୍ଦରଗଡ ୨୬/୧ (ସନ୍ଧାନ ନିୟୁଜ): ଜିଲ୍ଲାରେ ଥିବା ଆମକୋ ସିମକୋକୁ ଓଡିଶାର ଜାଲିଆନାୱାଲା ବାଗ କୁହାଯାଏ । ଇତିହାସରେ ଜାଲିଆନାୱାଲା ବାଗ ଠାରୁ ଏହାର ମହତ୍ତ୍ବ କୌଣସି ଗୁଣ କମ ନୁହେଁ । ୨୫ ଏପ୍ରିଲ ୧୯୩୯ ରେ ଏଠାରେ ୩୬ ଟି ମୌଜାର ଆଦିବାସୀ ଲୋକ ବ୍ରିଟଶ ସରକାର ବିରୋଧରେ ଆନ୍ଦୋଳନ ପାଇଁ ସଭା କରୁଥିବା ବେଳେ ତାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ବିଟ୍ରିଶ ସୈନିକଙ୍କ ଗୁଳିରେ 39 ଜଣ ଆଦିବାସୀ ଶହୀଦ ହୋଇଥିଲେ । କିଛି ଲୋକ ଭୟରେ ଗାଁ ଛାଡି ଦେଇ ଜଙ୍ଗଲରେ ଲୁଚିଥିଲେ । ଏହାର ଆଖପାଖର ଗାଁ ସବୁ ଜନଶୂନ୍ୟ ହୋଇଯାଇଥିଲା ।  ବ୍ରିଟଶ ଗୁଳିରେ 39 ଜଣ ନୀରିହ ଆଦିବାସୀ ସେହିଠାରେ ଟଳି ପଡିଥିଲେ । ଯେଉଁଥିରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ମହିଳା ସାମିଲ ଥିଲେ । ଭୟରେ ଘଟଣାସ୍ଥଳ ଛାଡି ଯିଏ ଜୁଆଡେ ପାଇଲେ ଦୌଉଡି ପଳାଇଲେ ।ବ୍ରିଟଶମାନେ ଶବ ଗୁଡିକୁ ବୋହି ନେଇ ଚୂନ ଭାଟିରେ ପକାଇ ପୋଡିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏଥିପାଇଁ ସେମାନଙ୍କୁ ଅନୁମତି ମିଳି ନଥିଲ। । ବାଧ୍ୟ ହୋଇ ବାମନ ବାରାର ଏକ ବଙ୍ଗଳାରେ ସମାଧି ଦିଆଯାଇଥିଲ। । ସବୁଠାରୁ ଦୁଃଖ ଓ ଆଶ୍ଚର୍ଯ୍ୟର କଥା ହେଉଛି ନିର୍ମଳ ମୁଣ୍ଡାଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ମିଳିଥିଲେ ମଧ୍ୟ ଶହୀଦ ହୋଇଥିବା ଅନ୍ୟମାନଙ୍କୁ ଏହି ମାନ୍ୟତା ମିଳିନାହିଁ ।

Related Posts

About The Author

Add Comment