୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମଞ୍ଜୁରୀ

Spread the love
ଭୁବନେଶ୍ୱର,୨୧/୦୪ (ସନ୍ଧାନ ନିଉଜ) : ରାଜ୍ୟ ସରକାର  ୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ୬୫୨୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ଲୋକସେବା ଭବନରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରୁଙ୍ଗଟା ମାଇନ୍ସ ଷ୍ଟିଲ କାରଖାନାର ସଂପ୍ରସାରଣ ଓ ଧନୁସେରୀ ଭେଞ୍ଚର୍ସର ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି। ସଂପ୍ରସାରଣ ପାଇଁ ରୁଙ୍ଗଟା ୭୮୩୬ କୋଟି ଟଙ୍କା ନିବେଶ କରିବ। ସେହିପରି ଧନୁସେରୀ ଭେଞ୍ଚର୍ସ ଆନହାଇଡ୍ରାଇଡ୍ ଉତ୍ପାଦନ କାରଖାନା ପାରାଦୀପଠାରେ ସ୍ଥାପନ କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରେ ୧୦୧୩ କୋଟି ଟଙ୍କା ବ୍ୟୟ କରାଯିବ।

Related Posts

About The Author

Add Comment