ଭଦ୍ରକ: ଭଣ୍ଡାରିପୋଖରୀରେ ପଲିଷ୍ଟର ପାର୍କ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା

Spread the love
  •  
  •  
  •  
  •  
  •  

ଭଦ୍ରକ,୧୦/୬,(ସନ୍ଧାନ ନିୟୁଜ୍) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ବ୍ଲକର ପାହିମହୁରା, ହେଲପୁର ଓ ମଜୁରୀଗଡିଆ ମୌଜାରେ ଅଧିଗୃହିତ ଜମି ଉପରେ ପଲିଷ୍ଟର ପାର୍କ ପ୍ରତିଷ୍ଠା ହେବ । ୧୨ଶହ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପରେ ଭଦ୍ରକ ଜିଲା୍ଲରେ ହଜାର ହଜାର ବେକାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇବେ । ଏହା ଦ୍ୱାରା ଭଦ୍ରକ ଜିଲ୍ଲା ନିଯୁକ୍ତି କ୍ଷେତ୍ରରେ ଦ୍ୱିତୀୟ ସୁରତ ସହର ହେବ ବୋଲି ଗତକାଲି ଭଣ୍ଡାରିପୋଖରୀ ଆଞ୍ଚଳିକ କୃଷକ ପରିଷଦ ସହ ଆଲୋଚନା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ପାହିମହୁରା, ହେଲପୁର, ମଜୁରୀଗଡିଆ ମୌଜାରେ ଧରଣୀ ସୁଗାର ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀକୁ ଚିନିକଳ ପ୍ରତିଷ୍ଠା କରାଯିବା ନେଇ ଜମି ମାଲିକମାନେ ଯେଉଁ ଜମି ଦେଇଥିଲେ ଏବେ ଚିନିକଳ ସବୁ ଅତ୍ୟନ୍ତ ଦୟନୀୟ ଓ କ୍ଷତିରେ ଚାଲୁଥିବା କାରଣରୁ ଜମିଦାତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିସ୍ତୃତ ଆଲୋଚନା କରି ଉକ୍ତ ଅଧିଗୃହିତ ଜମିରେ ଏକ ପଲିଷ୍ଟର ପାର୍କ ପ୍ରତିଷ୍ଠା କରିବାକୁ ସହମତ ହୋଇଛନ୍ତି । ଗତକାଲି ଭୁବନେଶ୍ୱର ଠାରେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ତଥା ପରିଷଦର ଉପଦେଷ୍ଟା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ଆଞ୍ଚଳିକ କୃଷକ ପରିଷଦର ସଭାପତି ତଥା ସ୍ଥାନୀୟ ସରପଞ୍ଚ କମଳ କୁମାର ନନ୍ଦ, ସାଧାରଣ ସମ୍ପାଦକ ଖଗେଶ୍ୱର ସାହୁ, ଚାଷୀ ପ୍ରତିନିଧି ଗୌରହରି ସାହୁ, ଅମୂଲ୍ୟ ମହାକୁଡ, ପ୍ରକାଶ ପାତ୍ର, ଚିତ୍ତରଞ୍ଜନ କବି, କେଦାର ନାଥ ଖିଲାର, ବିଜେପି ନେତା ନିର୍ମଳ କର, ବାବାଜୀ ଜେନା, ଜଗବନ୍ଧୁ ଦାସ, ଅକ୍ଷୟ ମହାନ୍ତି, ପ୍ରଦିପ ସାହୁ, ମୁକୁନ୍ଦ ମଲ୍ଲିକ, ଗୌରହରି ନନ୍ଦ ଗୋପଳକୃଷ୍ଣ ଦାଶ, ଘନଶ୍ୟାମ ସାହୁ, ଗିରିଶ ସାମଲ, ପଙ୍କଜିନୀ ଲେଙ୍କା, ଜୟସ୍ମିତା ଗୋଚ୍ଛାୟତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ବସି ସବିଶେଷ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ ଭଣ୍ଡାରିପୋଖରୀ ଅଞ୍ଚଳର ଉନ୍ନତି ପାଇଁ ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଥିଲେ । ପଲିଷ୍ଟର ପାର୍କ ପ୍ରତିଷ୍ଠା ପାଇଁ ଅଧିଗୃହିତ ଜମିର ବର୍ଦ୍ଧିତ ମୂଲ୍ୟ ପ୍ରଦାନ ଓ ପ୍ରତି ଜମିହରା ପରିବାରରୁ ନିଯୁକ୍ତି ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ପରିଷଦ ପକ୍ଷରୁ ଦାବି ରଖା ଯାଇଥିଲା । ଯାହାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସହୃଦୟତାର ସହିତ ବିଚାର କରିବେ ବୋଲି ପ୍ରତିଶୃତି ଦେବା ପରେ ପରିଷଦ ପକ୍ଷରୁ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
Report-Binayak Gosh

Related Posts

About The Author

Add Comment