୮ ଫୁଟ ଲମ୍ବର ବିରାଟକାୟ ଅଜଗର ସାପ

Spread the love

ସନ୍ଧାନ ନିଉଜ – ଆଜି ସକାଳ ପ୍ରାୟ ୮ ଟା ବେଳେ ଛତାସର୍ଗି ମୁଖ୍ୟ ରାସ୍ତା ଉପରେ ଏକ ୮ ଫୁଟ ଲମ୍ବର ବିରାଟକାୟ ଅଜଗର ସାପ ଦେଖିବାକୁ ମିଳିଥିଲା I ସାପଟିକୁ ଦେଖିବାପାଇଁ ଲୋକମାନଙ୍କର ଭିଡ ଜମିଥିଲା I ସାପ ବିଷୟରେ ଖବର ପାଇ ସବଡେ଼ଗା ବନ ବିଭାଗ କର୍ମଚାରୀ ଶ୍ରୀଯୁକ୍ତ କଲିନ୍ଦ୍ର ଘଟଣା ସ୍ଥାନରେ ପହଞ୍ଚି ଆଉ ଜଣେ ସାହସୀ ଯୁବକ ହର୍ଷ ବର୍ଦ୍ଧନ ପଟେଲ (ବଣ୍ଟି) ଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ I ପରେ ସାପଟିକୁ ବସ୍ତାରେ ଭରି ଜଙ୍ଗଲରେ ଛାଡିଦିଆଯାଇଥିଲା I

Related Posts

About The Author

Add Comment