ସୁନ୍ଦରଗଡ ତା:୨୯/୮/୨୦୨୬(ସନ୍ଧାନ ନ୍ୟୁଜ) ସବଡେଗା ସାପ୍ତାହିକ ହାଟର ସମସ୍ୟା ଅତ୍ୟନ୍ତ ଚିନ୍ତାଜନକ। ସ୍ଥାନୀୟ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ ତଥା ସୁରକ୍ଷା ପାଇଁ ହାଟରେ ମୌଳିକ ସୁବିଧା ରହିବା ନିହାତି ଜରୁରୀ । ସାଧାରଣତଃ ଏଭଳି ଗ୍ରାମୀଣ ବଜାର ବା ସାପ୍ତାହିକ ହାଟଗୁଡ଼ିକରେ ପ୍ରାଥମିକ ସୁବିଧାଗୁଡ଼ିକ ରହିବା ଆବଶ୍ୟକ । ଆବର୍ଜନା ପରିଷ୍କାର ପାଇଁ ସେଡ୍ ନିକଟରେ ଡଷ୍ଟବିନ୍ ଏବଂ ନିୟମିତ ସଫେଇ ବ୍ୟବସ୍ଥା, ପାନୀୟ ଜଳର ସୁବିଧା ପାଇଁ କାର୍ଯ୍ୟକ୍ଷମ ନଳକୂପ କିମ୍ବା ଜଳଛତ୍ରର ସୁବିଧା। ଶୌଚ ହେବା ପାଇଁ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଓ ସ୍ୱଚ୍ଛ ପରିସ୍ରାଗାର ହେବା ନିତାନ୍ତ ଆବଶ୍ୟକ । ଆଲୋକୀକରଣ ପାଇଁ ସନ୍ଧ୍ୟା ସମୟ ପାଇଁ ହାଟ ପରିସରରେ ଷ୍ଟ୍ରିଟ୍ ଲାଇଟ୍ ଆବଶ୍ୟକ। ବର୍ଷା ଦିନେ କାଦୁଅ ଓ ପାଣି ଜମିବାକୁ ନଦେବା ପାଇଁ ଡ୍ରେନେଜ୍ ର ବ୍ୟବସ୍ଥା ଆବଶ୍ୟକ । ସ୍ଥାନୀୟ ବ୍ୟବସାୟୀ ଏବଂ ଗ୍ରାହକ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନିୟ ପ୍ରଶାସନ ଦୃଷ୍ଟି ନ ଦେଉଥିବା କାରଣରୁ ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ସବଡେଗା ସାପ୍ତାହିକ ହାଟ ଆବର୍ଜନାରେ ଭର୍ତ୍ତି, ବର୍ଷ ବର୍ଷ ଧରି ମୌଳିକ ସୁବିଧା ନାହିଁ
|
August 29, 2026 |



