ଟଙ୍କା ଅଭାବରୁ ତାମିଲନାଡୁ ରୁ ଫେରିପାରୁନି ଶବ, ପରିବାରରେ ଶୋକାକୁଲ ପରିବେଶ

Spread the love

ସୁନ୍ଦରଗଡ଼ ତା:୨୨/୧୧/୨୦୨୬( ସନ୍ଧାନ ନ୍ୟୁଜ ) ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ଡମକୁଡ଼ା ଗ୍ରାମର ୨୬ ବର୍ଷୀୟ ଯୁବକ ଦୀପକ ସାହୁଙ୍କ ତାମିଲନାଡୁରେ ଅକାଳ ମୃତ୍ୟୁ ଘଟିଛି । ଦୀପକ ରୋଜଗାର ଉଦ୍ଦେଶ୍ୟରେ ତାମିଲନାଡୁ ଯାଇ ସେଠାରେ କାମ କରୁଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ତାଙ୍କ ମ୍ୟାନେଜର ରାଜି ହେଉନଥିବା ଅଭିଯୋଗ ହେଉଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ପରିବାରବର୍ଗ ଚିନ୍ତାରେ ରହିଥିବା ବେଳେ ନିଜ ପୁଅର ମୃତଦେହକୁ ଶେଷଥର ପାଇଁ ଦେଖିବା ଓ ଗାଁ ମାଟିରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ପରିବାର ଶୋକାକୁଳ ପରିସ୍ଥିତିରେ । ଏଭଳି ସମୟରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାର ହସ୍ତକ୍ଷେପ କରି ଦୀପକଙ୍କ ମୃତଦେହକୁ ଶୀଘ୍ର ଓଡ଼ିଶା ଫେରାଇ ଆଣିବାରେ ସହଯୋଗ କରିବାକୁ ପରିବାର ଆକୁଳ ନିବେଦନ କରିଥିବା ବେଳେ ଅଞ୍ଚଳ ର ବିଧାୟକ ତଥା ଉପବାଚସ୍ପତି ମହୋଦୟ ଆଖି ବନ୍ଦ କରି ରହିବା ଜନସାଧାରଣଙ୍କ ପାଇଁ ଏକ ବଡ ପ୍ରଶ୍ନ? ।ସହଯୋଗ କାମନାରେ ପରିବାର ଚାହିଁ ରହିଥିବା ଜଣାପଡ଼ିଛି ।

Related Posts

About The Author

Add Comment