ସୁନ୍ଦରଗଡ ତା୨୨/୧୧/୨୦୨୭/୬ (ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତିଳେଇକାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧନିଆଁପୁଞ୍ଜି ଗ୍ରାମରେ ଦିନକୁ ଦିନ ବଣୁଆ ହାତୀଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ହାତୀଙ୍କ ଗ୍ରାମମୁହାଁ ହେବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ଗ୍ରାମରେ ବଣୁଆ ହାତୀଙ୍କ ଉପଦ୍ରବ ବଢ଼ୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।ବଣୁଆ ହାତୀ ଗରିବ ନିସହାୟ ଲୋକଙ୍କ ଘର ଭାଙ୍ଗିବା ସହିତ ଜିନିଷପତ୍ର ନଷ୍ଟ କରୁଥିବା ସୂଚନା ରହିଛି । ହାତୀଙ୍କ ଯୋଗୁଁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।ଏହି ପରିପ୍ରେକ୍ଷୀରେ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
ଧନିଆଁପୁଞ୍ଜି ଗ୍ରାମରେ ବଣୁଆ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ
|
November 22, 2026 |



