ତଳସରା ପଞ୍ଚାୟତରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ )ଗ୍ୟାରେଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ

Spread the love

ସୁନ୍ଦରଗଡ଼ ତା:୦୨-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ବାଲିଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ତଲସରା ଗ୍ରାମ ପଞ୍ଚାୟତର ବରହାଡେ଼ମା ଠାରେ ତଲସରା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ପ୍ରଧାନଙ୍କ ତତ୍ୱାବଧାନ ରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବାଲିଶଙ୍କରା ବ୍ଲକ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକେ କିପରି ଭାବରେ ଉପକୃତ ହେବ ସେ ବିଷୟରେ ବିଶଦ ଭାବରେ ଅବଗତ କରାଇଥିଲେ । ତା ସହିତ ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କୁ ସରକାର ପକ୍ଷରୁ ୧୨୫ ଦିନ କାମ ଗ୍ୟାରେଣ୍ଟି ଦିଆଯିବ ତାହା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ଦାସ (ପି.ଇ.ଓ )ସହିତ (ଏ.ଡି.ଓ ) ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସଶକ୍ତିକରଣ ବିକାଶ ର ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

Related Posts

About The Author

Add Comment