ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ

Spread the love

ପୁରୀ, ୨୭/୧୦/୨୦ (ସନ୍ଧାନ ନିଉଜ) : ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଆଜି ଗାଧୋଉଥିବା ବେଳେ ଏକ ଯୁବକ ଭାସି ଯାଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜିବା ନିମନ୍ତେ ଉଦ୍ୟମ ଜାରି ରହିଛି। ଘଟଣାରୁ ପ୍ରକାଶ ଝାଡ଼ଖଣ୍ଡର ବିନୟ ରାୟଙ୍କ ପୁଅ ଟାନିସ୍କ ବିନୟ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ସେ ଆଜି ଅପରାହ୍ନରେ ବ୍ଲୁ ଫ୍ଲାଗ ବିଚ୍ରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଖବରପାଇ ସେଠାରେ ମୁତୟନ ଥିବା ଲାଇଫଗାର୍ଡ଼ମାନେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସନ୍ଧାନ ମିଳିପାରିନାହିଁ। ତେବେ ନିକଟରେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପାଇଥିବା ବେଳେ ସୁରକ୍ଷିତ ସ୍ଥାନରେ ଗାଧୋଉଥିବା ବେଳେ ବିନୟ କିପରି ସମୁଦ୍ରରେ ନିଖୋଜ ହୋଇଗଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Posts

About The Author

Add Comment