ଯାଜପୁର ସଦର, ୦୫ା୦୧ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ନିକସ୍ଥ ମଙ୍ଗଳପୁର ପଞ୍ଚାୟତ କୋଠିଡିହ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ୭୪ ବର୍ଷ ବୟସରେ ତାଙ୍କର ମହାପରାୟଣ ହୋଇଥିବା ଜଣାଯାଇଛି । ଶ୍ରୀ ନାୟକ ଦିର୍ଘ ଦିନ ଧରି ଫୁସ୍ ଫୁସ୍ ରୋଗରେ ପିଡ଼ିତ ଥିବା ବେଳେ, ତାଙ୍କୁ ଚିକିତ୍ସା କରାଯାଉଥିଲା । ତାଙ୍କ ମୃତୁ୍ୟରେ ବ୍ରହ୍ମବରଦା, କୋଠିଡିହ, ଦେଓଦା, ମହେଶ୍ୱରପୁର, ଅରାବଳ, ବନ୍ଧଡିହର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ନାୟକଙ୍କ ମୃତୁ୍ୟ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଞ୍ଚô ତାଙ୍କ ପରିବାରଙ୍କୁ ସାନ୍ୱନା ଦେଇଥିଲେ । ଶ୍ରୀ ନାୟକଙ୍କ ମୃତୁ୍ୟରେ ମଙ୍ଗଳପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜେନା ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ଶ୍ରୀ ନାୟକଙ୍କ ମରଶରିରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ସଂକି୍ରର୍ତ୍ତନ କରାଯାଇ ଶବ ସଂସ୍କାର କରାଯାଇଥିଲା । ଏହି ଅବସରରେ ତାଙ୍କ ବଡ଼ ପୁଅ ସୁବୋଧ ନାୟକ ମୁଖାଗ୍ନୀ ଦେଇଥିଲେ । ଶ୍ରୀ ନାୟକଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଦୁଇ ପୁଅ, ଝୀଅ ଜ୍ୱାଇଁ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ । ଶ୍ରୀ ନାୟକ ବିଭିନ୍ନ ଅନୁଷ୍ଟାନରେ ଜଡ଼ିତ ଥିଲେ । ତାଙ୍କ ମୃତୁ୍ୟରେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ବନଚିତ୍ରା ଜେନା, ଯୁବ ନେତା ପ୍ରମୋଦ ଜେନା, ସମିତି ସଭ୍ୟା ନିବେଦିତା ରାଉତ, ଜନ୍ମଭୂମୀର ସମ୍ପାଦକ ଭୀକାରି ଚରଣ ବିଶ୍ୱାଳ, ସାନ୍ତନୁ ଓଝା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ନାୟକ, ଗୁଣଧର ନାୟକ, ସୁବାସ ବିଶ୍ୱାଳ, ଅଖିଳ ନାୟକ ଓ କୋଠିଡିହ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ ।
ସମାଜ ସେବୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ
|
January 6, 2020 |
