ଶିଶୁ ର ବିକାଶ କ୍ଷେତ୍ରରେ ଆଜି ମଧ୍ୟ କୁସୁମୁରା ପଞ୍ଚାୟତ ର ସାକୋବାହାଲ ଗ୍ରାମ ଅବହେଳିତ

Spread the love

ସୁନ୍ଦରଗଡ ତା:୧୪/୧୨/୨୦୨୫(ସନ୍ଧାନ ନ୍ୟୁଜ)  ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିସଙ୍କରା ବ୍ଲକ ର କୁସୁମୁରା ପଞ୍ଚାୟତର ସାଙ୍କୋବାହାଲ୍ ଗ୍ରାମ ସ୍ୱାଧିନତାର ୭୮ ବର୍ଷ ବିତିଗଲେ ମଧ୍ୟ ଆଜି ଅବହେଳିତ ହୋଇ ପଡ଼ି ରହିଛି ।  ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ପର୍ଯ୍ୟନ୍ତ ନିଘୋଡ଼ ନିଦ୍ରାରେ ସୋଇଥିବା  ଏକ ବଡ ପ୍ରଶ୍ନ  ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶିଶୁ ବିକାଶ କ୍ଷେତ୍ରରେ ପ୍ରଶାସନ ନଜର ନ ଦେବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ।ସୂଚନା ଅନୁସାରେ ସାଙ୍କୋବାହାଲ  ଗ୍ରାମରେ ଥିବା ଆଙ୍ଗନବାଡ଼ି ଅନେକ ସମୟ ରୁ ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ି ରହିଥିବା କାରଣରୁ ଶିଶୁମାନେ  ଗାଁ ରେ ଥିବା ଗୋଷ୍ଠୀକେନ୍ଦ୍ରରେ ପାଠ ପଡ଼ିଆସୁଛନ୍ତି । ବ୍ଲକ ବିଭାଗୀୟ କତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ଫଳ ନ ମିଳିବା ଅଞ୍ଚଳବାସୀ ପ୍ରକାଶ କରିଥିବା ଜଣାପଡିଛି । ଅଞ୍ଚଳ ଶିଶୁଙ୍କ ପ୍ରତି ପ୍ରଶାସନର ବିତୃଷ୍ନା ମନୋଭାବ ରଖିବା ତାଙ୍କ ଆଗାମୀ ଭବିଷ୍ୟତ କୁ ଅନ୍ଦାର ମୁହଁକୁ ଠେଲିଦେବା  କେତେଦୂର ଯଥାର୍ଥ  ତାହା ଦେଖିବାକୁ ବାକି ରହିଛି ।ଏହାର ଉଚିତ୍ ସମାଧାନ ପାଇଁ ଅଞ୍ଚଳବାସୀ ଚାତକ ପରି ଚାହିଁ ରହିଛନ୍ତି ।

Related Posts

About The Author

Add Comment