ସୁନ୍ଦରଗଡ଼ ତା:୨୬.୯.୨୦୨୬ (ସନ୍ଧାନ ନ୍ୟୁଜ ) ସୁନ୍ଦରଗଡ ଜିଲ୍ଲା ଅବକାରୀ ବିଭାଗ ସୁପେରିଟେଣ୍ଡେଣ୍ଟ ଶ୍ରୀ ସିଧ୍ୟେଶ୍ୱର ବେସ୍ରା ଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପେରିଣ୍ଡେଣ୍ଟ ଶ୍ରୀ ପ୍ରମୋଦ ପଣ୍ଡା ଙ୍କ ତତ୍ଵାବଧାନ ରେ ,ସବଡେଗା ଅବକାରୀ ବିଭାଗ ଅଧିକାରୀ ଶ୍ରୀମତି ଆରତୀ ମିଶ୍ର, ଏ.ଏସ.ଆଇ. ଶ୍ରୀ ସୁଶୀଲ କୁମାର ମିର୍ଦ୍ଧା, ଓ ଷ୍ଟାଫ, କିଞ୍ଜିରକେଲା ଥାନା ଅଞ୍ଚଳର ଚଢ଼ାଉ କରି ୧୬୦କିଲୋଗ୍ରାମ ମହୁଲ ପୋଜ ନଷ୍ଟ, ୪୫ଲିଟର ଦେଶୀ ମଦ ଜବତ ସହ ୩ ମହିଳା ଗିରଫ କରିଥିବା ସୂଚନା ରହିଛି । ଗତକାଲି ଶୁକ୍ରବାର ଦିନ ଅବକାରୀ ବିଭାଗ ତରଫରୁ ଆତର୍କିତ ଚଢ଼ାଉ କରି ୧୬୦କିଲୋଗ୍ରାମ ମହୁଲ ପୋଜ ନଷ୍ଟ କରି ୪୫ଲିଟର ଦେଶୀ ମହୁଲି ମଦ ଜବତ ସହିତ ୩ଜଣ ମହିଳା ଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ଗିରଫ ହୋଇଥିବା ମହିଳା ମାନେ ହେଲେ ଚମ୍ପାବତୀ ରୋହିଦାସ (୩୮)ସନ୍ଧ୍ୟାରାଣୀ ଖାଖା (୪୬)ଓ ରଜନୀ ବାର୍ଲା (୩୯)l ଏମାନେ କିଞ୍ଜିରକେଲା ଥାନା ଅନ୍ତର୍ଗତ କୁସୁମୁରା ପଞ୍ଚାୟତର ମହୁଳମାଲ ଓ କିଞ୍ଜିରକେଲା ଛୁଇଁଢିପା ର ବୋଲି ଜଣା ପଡିଛି l ଏମାନଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ସୂଚନା ମିଳିଛି l
ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ମହୁଲପୋଚ ନଷ୍ଟ ସହିତ ଦେଶୀମଦ ଜବତ
|
September 26, 2026 |



