ସୁନ୍ଦରଗଡ ତା:୩୧/୧୦/୨୦୨୬( ସନ୍ଧାନ ନ୍ୟୁଜ) ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସଂହତି ବଜାୟ ରଖିବା ସହ ସମାଜରେ ଭାଇଚାରା ଓ ଜାତୀୟ ସଂହତିର ଭାବନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ତଳସରା ଥାନାର ପୋଲିସ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶପ୍ରେମ, ତ୍ୟାଗ ଓ ଜାତୀୟ ଏକତା ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ଏଥିସହ ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ତଲସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ, ସୁବାଷ ମିରିଗ,ନବୀନ କିଶୋର ପାରୁଆ,ବିନୟ କୁମାର ଦେହୁରୀ, ତୁମଳିଆ ସରପଞ୍ଚ ଦେବଲାଲ ଲାକ୍ରା, ତଲସରା ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତି ଜେମା ରାଣୀ ପ୍ରଧାନ ସହିତ ବନମାଳି ବାରସତୀଆ, ସନ୍ତୋଷ କୁମାର ସାହୁ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଆଜି ଲୌହ ଦାନଵ ସ୍ୱର୍ଗତ ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମଦିନ ଅବସର ରେ ସିଧା ପ୍ରସାରଣ ଭିଡିଓ କନ୍ଫରେନ୍ସ ରେ ଦେଖାଯାଇଥିଲା l ଶେଷରେ ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ନିଶା ନିବାରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
|
October 31, 2026 |



