ଯାଜପୁରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ପାଳିତ, ସମସ୍ତ କର୍ମଚାରୀ ନେଲେ ସାଧୁତାର ଶପଥ

Spread the love

ଯାଜପୁର, ୨୭ ଅକ୍ଟୋବର, ୨୦୨୬: ୨୮/୧୦/୨୬ (ସନ୍ଧାନ ନ୍ୟୁଜ)  ଭୁବନେଶ୍ୱରସ୍ଥିତ ଲୋକସେବା କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ସଚେତନତା ସପ୍ତାହ’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ମାନେ ସାଧୁତାର ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ, ଉପ-ଜିଲ୍ଲାପାଳ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ଏହି ସାଧୁତା ଶପଥ ପାଠ କରିଛନ୍ତି। ଏହି ଅବସରରେ ନାଗରିକମାନଙ୍କ ପାଇଁ ସାଧୁତାର ଶପଥ ଗ୍ରହଣ କରାଯାଇଛି। ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦୁର୍ନୀତି ଏକ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏହାର ଉଚ୍ଛେଦ ପାଇଁ ସରକାର, ନାଗରିକ ଓ ଘରୋଇ କ୍ଷେତ୍ର ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଛି। ଆଇନର ଶାସନ ମାନିବା, ଲାଞ୍ଚ ନ ନେବା କିମ୍ବା ନ ଦେବା, ଦାୟିତ୍ୱଗୁଡ଼ିକୁ ସ୍ୱଚ୍ଛତାର ସହ ତୁଲାଇବା, ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବା ଏବଂ ଦୁର୍ନୀତି ସମ୍ପର୍କିତ ଘଟଣା ସମ୍ବନ୍ଧରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଶପଥ ପାଠ କରାଯାଇଛି। ଏହି ଅବସରରେ ସିଂହପୁରଠାରେ ଏକ ବୃହତ୍ ସଚେତନତା ରାଲି ଡ଼ିଏସପି, ଭିଜିଲାନ୍ସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଖରସ୍ରୋତା ମହାବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେଶର ପ୍ରଗତିରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏହାର ଉଚ୍ଛେଦ ପାଇଁ ସରକାର, ନାଗରିକ ଓ ସମାଜ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଛି। ଆଇନର ଶାସନ ମାନିବା, ଲାଞ୍ଚ ନ ନେବା, ଦାୟିତ୍ୱ ସ୍ୱଚ୍ଛତାର ସହ ତୁଲାଇବା ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଶପଥ ଗ୍ରହଣ କରାଯାଇଛି। ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ସହ ଜନସାଧାରଣଙ୍କୁ ନିଷ୍ଠାର ସହ ସେବା ଯୋଗାଇଦେବାକୁ ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

Related Posts

About The Author

Add Comment