ବାଲେଶ୍ଵର ଜିଲ୍ଲାପାଳ ଙ୍କ ଅଚାନକ ସିମୁଳିଆ ବ୍ଲକ ପରିଦର୍ଶନ।

Spread the love

ବାଲେଶ୍ୱର ୨୯/୧୦/୨୬ (ସନ୍ଧାନ ନ୍ୟୁଜ)  ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ମୟୂର ସୂର୍ଯ୍ୟବଂଶୀ ଅଚାନକ ସିମୁଳିଆ ବ୍ଲକ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଙ୍କ ସହିତ ଉପ ଜିଲ୍ଲାପାଳ, ସିମୁଳିଆ ବ୍ଲକ ବିଡ଼ିଓ, ତହସିଲଦାର, ଶିଶୁ ବିକାଶ ବିଭାଗ ର ବରିଷ୍ଠ ଅଧିକାରୀ, ପୋଲିସ ଅଧିକାରୀ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଓ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଜାମଯୋଡ଼ି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପି ଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବରୀ ପରିଦର୍ଶନ କରି ଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ ଓ ସମାଧାନ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ବରୀ ପି ଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପାଠ ପଢା ସମର୍କ ରେ ପଚାରି ଖୁସି ହୋଇ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦ୍ୟାଳୟ ର ସମସ୍ୟା ସଂପର୍କ ରେ ପଚାରି ବୁଝି ଥିଲେ। ଏହା ପରେ ସେ ବାଲେଶ୍ୱର ଫେରି ଯାଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜସନ୍ଧାନ।

Related Posts

About The Author

Add Comment