ଲଘୁଚାପ ବର୍ଷାରେ ଉଜୁଡ଼ିଗଲା ଚାଷ

Spread the love

ଯାଜପୁର ସଦର,୨୧/୦୮/୨୦୨୦ (ସନ୍ଧାନ ନିଉଜ):ଯାଜପୁର ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ବ୍ରାହ୍ମଣୀ ନଦୀରେ ଆସିଥିବା ବେଳେ, ଦାଉସାଧିଲା ଲଘୁଚାପ ବର୍ଷା ଯାହାକି ପାଂଚଦିନଧରି ଲଗାଣ ବର୍ଷାଲାଗିରହିଥିବାରୁ ଚାଷିମାନେ ମୁଣ୍ଡରେ ହାତଦେଇ ବସିଥିବା ଦେଖିବାକୁ ମିଳିଚି । ଯାହାକି ଏହି ବ୍ଲକ୍ର କାଠ ଫସଲ କରିଥିବା ହେକ୍ଟର ହେକ୍ଟର ଜମିରେ ପାଣିପଶି ଯିବାରୁ ବିଲମାନଙ୍କରେ ପାଣି ବଢ଼ି ରହିଥିବାରୁ ଫସଲ ନଷ୍ଟ ହୋଇଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନିଜର ଜୀବନ ଜୀବିକା ହରାଇଥିବା ବେଳେ ମହାପ୍ରଳୟ ଲଘୁଚାପ ଦାଉ ସାଧିଲା । ଯାହାକୁ ପାଂଚଦିନ ଧରି ଲଗାଣ ବର୍ଷା ଲାଗି ରହିବାରୁ ଦିନ ମଜୁରିଆ ଠାରୁ ଆରମ୍ଭ କରି ଶ୍ରମିକ ମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଯାଜପୁର ଜିଲ୍ଲାରେ କରୋନାର ତାଣ୍ଡବ ଲିଳା ସରିନଥିବା ବେଳେ, ମାଡ଼ିଆସିଲା ଘୃର୍ଣ୍ଣିବଳୟ ଲଘୁଚାପ ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ ହୋଇଗଲା । କାକୁଡ଼ି, ବାଇଗଣ, କଲରା, ଝୁଡ଼ଙ୍ଗ, କଖାରୁ ବିଲରେ ପଡ଼ିରହିଥିବା ବେଳେ ଜୀନବ ଜୀବିକା ଉପରେ ଲଘୁଚାପ ଦାଉ ସାଧିଲା । ଏହି ଅସହାୟ ଚାଷିମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୁରଣ ଯୋଗାଇ ଦେବାପାଇଁ ଚାଷୀ ମାନଙ୍କ ତରଫରୁ ଦାବି କରାଯାଉଚି । ଏ ଦିଗରେ ବିଧାୟକ ମାନେ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment