ରସୁଲପୁର ତହସିଲରେ ନୂଆ ତହସିଲଦାର
ରସୁଲପୁର,୨/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ତହସିଲରେ ନୂଆ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଶୁକ୍ରବାର ଯୋଗଦେଇଛନ୍ତି । ସେ ୨୦୧୬ ମସିହାରେ ଓଡିଶା ପ୍ରଶାସନିକ ସେବାରେ ଉତୀନ୍ନ ହେବା ପରେ ୨୦୧୮ ମସିହାରେ ବଲାଙ୍ଗୀର ଜିଲାର ତୁଷାରା ତହସିଲରେ ସ୍ୱଳ୍ପ ଅବଧି ପାଇଁ ତହସିଲଦାର ଭାବରେ କାର୍ଯ୍ୟକରି ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ରସୁଲପୁର ତହସିଲକୁ ବଦଳି ହୋଇଆସିଛନ୍ତି । ଯୋଗଦେଇ ଆଜି ସକାଳୁ ସେ ମାଟ୍ରିକ ପରୀକ୍ଷା ନୋଡାଲ କେନ୍ଦ୍ରକୁ ଯାଇ ପ୍ରଶ୍ନପତ୍ର ପ୍ୟାକେଟ୍କୁ ଯାଂଚ କରିଥିଲେ । ନିର୍ବାଚନକୁ ସୁରୁଖୁରରେ ସଂପାଦାନ କରିବା ଓ ଜନସାଧାରଣଙ୍କୁ ଜନସେବା ଆଇନ ଆଧାରରେ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବେ । ଏଥିସହ ବେଆଇ ଲଘୁଖଣିଜ ଦ୍ରବ୍ୟ ଚାଲାଣ ଓ ଉତ୍ପତ୍ତି ସ୍ଥଳ ଗୁଡିକ ଉପରେ ନଜର ଦେବେ ବୋଲି ପ୍ରକାଶ କରିଛନ୍ତି ।
Related Posts
About The Author