ଭୁବନେଶ୍ୱର, ୨୧/୧୧/୨୧ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ କାଳରେ ପିଏମଜିକେଏୱାଇରେ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କୁ ମିଳୁଥିବା ମାଗଣା ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଏହି ସମୟ ସୀମା ଆଉ ୮ ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାମାରୀ ସ୍ଥିତିରେ ଉନ୍ନତି ଆସିବା ଯାଏଁ ଚାଉଳ ଦେବାକୁ ଅନୁରୋଧ କରିଛନ୍ତି ନବୀନ । କୋଭିଡ୍ ଏବେ ବି ସରିନି, ଲୋକଙ୍କ ଜୀବିକା ସ୍ବାଭାବିକ ହୋଇନି ତେଣୁ ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଆଉ ୮ ମାସ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଆଉ ୮ ମାସ ଚାଉଳ ଦିଅ
|
November 21, 2021 |