ରଥଯାତ୍ରାରେ ନୂଆ ରାଜ୍ୟ ମୁଖ୍ୟାଳୟର ଶିଳାନ୍ୟାସ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Spread the love

ଭୁବନେଶ୍ବର(ସନ୍ଧାନ ନ୍ୟୁଜ୍)୧୨/୦୭-: ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ। କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ନୂଆ କୋଠା। ଏଥିପାଇଁ ପବିତ୍ର ରଥଯାତ୍ରା ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ରାଜ୍ୟ ମୁଖ୍ୟାଳୟ ଭୂମି ପୂଜନ ଉତ୍ସବରେ ଯୋଗ ଦେଇଛନ୍ତି। କୋଭିଡ ପ୍ରଟୋକଲରେ ସମସ୍ତ କାର୍ଯ୍ୟ ହୋଇଥିବା ବେଳେ ବିଜେଡିର ବରିଷ୍ଠ ଓ କିଛି ଟାଣୁଆ ନେତା ଭୂମି ପୂଜନ ସମାରୋହରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବିକ, ଆଇଆର୍-୩ କ୍ବାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ବାର୍ଟର୍ସ ଭି ୨/୧ ଏବଂ ଭି ୨/୨କୁ ନେଇଛି। ଏହି ଦୁଇଟି କ୍ବାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରି ନେଇଥିବା ସୂଚନା ରହିଛି।

ଅର୍ଥାତ୍ ଏହି କ୍ବାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି। ଏବେ ଏଠାରେ ନୂ୍ଆ କୋଠା ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି।

Related Posts

About The Author

Add Comment