ବଡ଼ସାହି, ୭/୧୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୁରବି ବିହୀନ ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନଷ୍ଟେବଳଙ୍କ ଭାଇରାଲ ଭିଡ଼ିଓ ବର୍ତ୍ତମାନ ଚର୍ଚ୍ଚାରେ। ୩ଟି କୂପ ବିଶିଷ୍ଟ ଭାଇରାଲ ଭିଡ଼ିଓର ଦୃଶ୍ୟରେ ବଡ଼ସାହି ଥାନାରେ ଦୀର୍ଘଦିନ ଧରି କାର୍ଯ୍ୟରତ ଦୁଇ ଯୁବ କନଷ୍ଟେବଳ ସନ୍ଧ୍ୟା ସମୟରେ କୌଣସି ସ୍ଥାନର ଏକ ଦୋକାନରେ ବିଦେଶୀ ମଦ ଡ଼ିସପୋଜେବଲ ପ୍ଲାଷ୍ଟିକ କ୍ଲାସରେ ପିଉଛନ୍ତି । ତାଙ୍କ ସହିତ ସ୍ଥାନୀୟ ବନ୍ଧୁ ମଧ୍ୟ ଆସରରେ ରହିଛନ୍ତି । ଘଟଣା ସମ୍ବନ୍ଧରେ ଅନୁସନ୍ଧାନ କରିବାରୁ ଜଣେ କର୍ମବଳ ନିଶାଗ୍ରସ୍ତ ହୋଇ କାର ଚଳାଇ ଆସୁଥିବା ବେଳେ ନିଜର ନିୟନ୍ତ୍ରଣ ରକ୍ଷାରେ ଅସମର୍ଥ ହେବାରୁ ସାଥ୍ କନେଷ୍ଟବଳଙ୍କୁ ଡ଼କାଇଥିଲେ । ସେ ମଧ୍ୟ ନିଶାସକ୍ତ ଅବସ୍ଥାରେ ବୁଲେଟରେ ଆସିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ବୁଲେଟର ଭଙ୍ଗା ମିରରକୁ ଧରି କୌଣସି ମୋତେ ପହଞ୍ଚିଥିଲେ । ପରେ କାରରେ ଥିବା ବିଦେଶୀ ମଦ ବୋତଲ ଓ ଗ୍ଲାସ ପାଣି ଉଭୟେ ସମ୍ପୃକ୍ତ ଦୋକାନୀକୁ ଚାଖଣା ମାଗି ଆସର ଜମାଇଥିଲେ । ସ୍ଥାନୀୟ ଗ୍ରାସବନ୍ଧୁଙ୍କ ସହିତ ମଦ ପିଇବା ସହିତ ଅର୍ଶୀଳ କଥାବାର୍ତ୍ତା ପୂର୍ବକ୍ ଆସର ସାରିବା ପରେ କାର ଚଲାଇ ପାରୁ ନଥିବା କନେଷ୍ଟବଳ ବୁଲେଟ ନେଇ ବଡ଼ସାହି ଅଭିମୁଖେ ଯିବା ପରେ ପଛେପଛେ ବୁଲେଟ ନେଇ ଆସିଥୁବା କନେଷ୍ଟବଳ କାର ନେଇ ଯାଇଥିଲେ । ପ୍ରକାଶ ଥାଉ କି ବଡ଼ସାହି ଥାନାର ଆଇଆଇସି ପଦବୀ ୨ମାସ ଧରି ଖାଲି ପରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ‘ସମାଜରେ କ୍ରମାଗତ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସମ୍ପର୍କିତ ତଥ୍ୟମୂଳକ ଖବର ପ୍ରକାଶ ପରେ ଶୁଳିଆପଦା ଥାନାଧୁକାରୀଙ୍କୁ ବଡ଼ସାହିରେ ଯୋଗଦେବାକୁ ନିର୍ଦ୍ଦେଶ ଆସିଛି । ତେବେ ସେ ଯୋଗ ଦେଇ ନଥିବାରୁ ମୁରବି ବିହୀନ ଥାନାରେ ଏହି । ବିବାଦୀୟ କନେଷ୍ଟବଳଙ୍କ ଦୌରାମ୍ ବୃଦ୍ଧି ପାଇଛି । ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର, କୁକୁଡ଼ା ଲଢ଼େଇ, ଜୁଆଖେଳ ଓ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟରେ ଉଭୟେ ଜଡ଼ିତ ଥୁବା ଅଭିଯୋଗ ଆସୁଛି । କରୋନା ପାଇଁ ବଡ଼ସାହି ବଜାର ୫ଦିନ ବନ୍ଦ ସାଙ୍ଗକୁ ସପ୍ତାହ ଧରି ସକାଳ ଓଳି ୮ ଘଣ୍ଟା ଖୋଲା ରହୁଛି । ଫଳରେ ସନ୍ଧ୍ୟା ସମୟରେ ଉଭୟେ ଥାନା ଇଲାକାର ବିଭିନ୍ନ ଛକକୁ ନିଜର ବାଇକ ବା କାରରେ ସାଦା ପୋଷାରେ ଯାଇ ପୁଲିସର ଛବିକୁ ସାଧାରଣରେ ନିନ୍ଦିତ କରୁଛନ୍ତି । ମିଳିଥିବା ଭାଇରାଲ ଭିଡ଼ିଓ କ୍ଲିପ ସମ୍ପିକରେ ବେତନଟୀ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ।
ମୁରବିବିହୀନ ବଡ଼ସାହି ଥାନାର ନିଶାଗ୍ରସ୍ତ କନେଷ୍ଟବଳଙ୍କ ଭାଇରାଲ ଭିଡ଼ିଓ ଚର୍ଚ୍ଚାରେ
|
October 7, 2020 |
