ମହାରାଷ୍ଟ୍ରରେ ବେକାବୁ କରୋନା – ୮୦ ହଜାର ଅତିକ୍ରମ କଲା

Spread the love

ନୂଆ ଦିଲ୍ଲୀ, ୦୫/୦୬/୨୦ (ସନ୍ଧାନ ନିଉଜ) : ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କର ସଂଖ୍ୟା ୮୦ ହଜାର ପାର କରିଛି। ତେବେ ମହାରାଷ୍ଟ୍ରର ଗତ ୨୪ ଘଣ୍ଟା ମଧ୍ୟରେ ୨,୪୩୬ ଟି ନୂଆ ଆକ୍ରାନ୍ତଙ୍କ ସହିତ ୮୦,୦୦୦ ଅତିକ୍ରମ କରିଛି ମୋଟ ସଂଖ୍ୟା।

ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ ଆକ୍ରାନ୍ତ ୮୦,୨୨୯ ହୋଇଥିବା ବେଳେ ସେଥିମଧ୍ୟରୁ ୪୨,୨୧୫ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଆଜି ୨୪୩୬ ନୂଆ ଆକ୍ରାନ୍ତ ରିପୋର୍ଟ ହୋଇଥିବା ବେଳେ, ୧୩୯ ଜଣଙ୍କର ମୃତ୍ୟୁ ହୋଇଛି, ୧୪୭୫ ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟଯେ, ଆଜି ସକାଳେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ୯, ୮୫୧ ନୂତନ କୋଭିଡ -୧୯ ଆକ୍ରାନ୍ତଙ୍କ ସହିତ ଏବଂ୨୭୩ ମୃତ୍ୟୁ ରେକର୍ଡ ହୋଇଛି। ତେବେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬, ୩୪୮ ରେ ପହଁଚିଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୨୬, ୭୭୦ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୬, ୩୪୮କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟଯେ, ହୋଟେଲ, ମଲ୍, ଧାର୍ମିକ ସ୍ଥାନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରିଛି। ଏହି ନିୟମ ଜୁନ୍ ୮ ରୁ ଦେଶର ବିଭିନ୍ନ ସ୍ଥାନରେ ଏପରି ସ୍ଥାନ ଖୋଲିବାର ଚାରି ଦିନ ପୂର୍ବରୁ ଆସିଛି ଯାହାକୁ ଅନଲକ୍ ୧ ର ପ୍ରଥମ ପର୍ଯ୍ୟାୟ କୁହାଯାଉଛି। କିନ୍ତୁ ଅପର ପକ୍ଷରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Related Posts

About The Author

Add Comment