ନୂଆଦିଲ୍ଲୀ, ୨୭/୦୩ (ସନ୍ଧାନ ନିୟୁଜ): କରୋନା ଭାଇରସ ବିରୋଧରେ ଭାରତ ଆରମ୍ଭ କରିଥିବା ନିର୍ଣ୍ଣାୟକ ଲଢ଼େଇକୁ ଚାଇନା ସମର୍ଥନ କରିଛି। କରୋନା ବିରୋଧୀ ଲଢ଼େଇ ପାଇଁ ଭାରତ ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିବା ନିଷ୍ପତ୍ତିକୁ ମଧ୍ୟ ଚାଇନା ସ୍ୱାଗତ କରିଛି।
ଭାରତ ଭାଇରସ ବିରୋଧରେ ଆରମ୍ଭ କରିଥିବା ଲଢ଼େଇରେ ନିଶ୍ଚିତ ଖୁବଶୀଘ୍ର ବିଜୟ ହେବ ବୋଲି ମଧ୍ୟ ଚାଇନା ପକ୍ଷରୁ କୁହାଯାଇଛି। ଏଥିସହ ଭାରତକୁ ଏହି ଲଢ଼େଇରେ ସହଯୋଗ କରିବାକୁ ବେଜିଂ ହାତ ମଧ୍ୟ ବଢ଼ାଇଛି।
ନୂଆଦିଲ୍ଲୀରେ ଅବସ୍ଥିତ ଚାଇନିଜ ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚାଇନାର କରୋନା ବିରୋଧୀ ଲଢ଼େଇ ସମୟରେ ଭାରତ ସହଯୋଗର ହାତ ବଢ଼ାଇ ଥିବାରୁ ଧନ୍ୟବାଦ। ଭାରତ ଏବେ ଭାଇରସ ବିରୋଧରେ ଲଢ଼େଇ ଆରମ୍ଭ କରିଛି। ଏଥିରେ ନୂଆଦିଲ୍ଲୀକୁ ଚାଇନା ସମସ୍ତ ପ୍ରକାରର ସହଯୋଗ କରିବ।