ଭଦ୍ରକ, ୨୯/୦୨ (ସନ୍ଧାନ ନିୟୁଜ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଆଇନ – ୨୦୧୫ ଓ ଅନୁଷ୍ଠାନମାନଙ୍କରେ ଶିଶୁମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ଏକ କର୍ମଶାଳା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରାଜଜ୍ ଶିଶିର କୁମାର ରଥ ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ, ବରିଷ୍ଠ ଦେୱାନୀ ବିଚାରପତି ଶୁଭଞ୍ଜନ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ସତ୍ୟ ସୁନ୍ଦର ପୁହାଣ, ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ଏସ୍.ଏମ୍. ଫାରୁକ, ଡି.ଏସ୍.ପି. ସୁରେଶ ଜେନାଙ୍କ ସମେତ ଶିଶୁମାନଙ୍କ ସହ ଜଡ଼ିତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଏସ୍ଡିପିଓ, ଥାନା ଅଧିକାରୀବୃନ୍ଦ, ସିଡିପିଓ, ସୁପରଭାଇଜର, ଶିଶୁ ଅନୁଷ୍ଠାନର ସମ୍ପାଦକ, ଅଧୀକ୍ଷକ, ପାରାଲିଗାଲ କର୍ମୀ, କିଶୋର ନ୍ୟାୟ ପରିଷଦ, ଚାଇଲ୍ଡ ଲାଇନ, ପେନାଲ ଆଇନଜୀବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ଭଦ୍ରକ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଶିଶୁମାନଙ୍କ ନିମନ୍ତେ କର୍ମଶାଳା
|
February 29, 2020 |