ବିହାରରେ ବିଧାନସଭା ନିର୍ବାଚନ ଏନଡ଼ିଏ ଆଗରେ, ମହାମେଣ୍ଟ ପଛରେ

Spread the love

ନୂଆ ଦିଲ୍ଲୀ, ୧୧/୧୧/୨୦ (ସନ୍ଧାନ ନିଉଜ) : ବିହାରରେ ବିଧାନସଭା ନିର୍ବାଚନ ପରେ ଭୋଟ୍ ଗଣନା ଚାଲିଛି। ପ୍ରାଥମିକ ସ୍ତରରେ ମହାମେଣ୍ଟ ଆଗୁଆ ଥିବା ବେଳେ, ଏନଡିଏ ପଛରେ ଥିଲା। କିନ୍ତୁ ଏବେ ଓଲଟିଛି ଏହି ଗଣିତ। ଚାଲିଛି ଏନଡିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ତୀବ୍ର ପ୍ରତିଯୋଗିତା। ଏହି ସମୟରେ, ଏନଡିଏ ଟ୍ରେଣ୍ଡରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ବିହାରର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଗ୍ରାଣ୍ଡ ଆଲାଇନ୍ସରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ଏନଡିଏ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ଆସିଛି। ନିର୍ବାଚନ ପରେ ଆସିଥିବା ଅନେକ ଏକଜିଟ୍ ପୋଲ୍ ଏକ ଗ୍ରାଣ୍ଡ୍ ଆଲାଏନ୍ସ ସରକାର ଗଠନ ହେବାର ପୂର୍ବାନୁମାନ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୨୪୩ ଟି ଆସନରୁ, ଏନଡିଏ ୧୨୬ ଟି ଆସନରେ ଆଗୁଆ ଥିବା ବେଳେ ମହାମେଣ୍ଟ ୧୦୦ ଟି ଆସନରେ ଆଗୁଆ ଅଛି। ଖବର ଲେଖିବା ବେଳକୁ ଆରଜେଡି ୬୭ ଟି ଆସନରେ ଆଗୁଆ ଥିବାବେଳେ ଗ୍ରାଣ୍ଡ ଆଲାଇନ୍ସର ୨୧ ଟି ଆସନରେ କଂଗ୍ରେସ ଆଗରେ ଅଛି। ୯ ଟି ଆସନରେ ବାମ ଦଳ ଆଗୁଆ ଅଛନ୍ତି। ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ଯାଦୁ ସଂଖ୍ୟା ହେଉଛି ୧୨୨। ଅନ୍ୟପକ୍ଷରେ ଏନଡିଏରେ ୭୨ ଟି ଆସନରେ ବିଜେପି ଆଗୁଆ ରହିଛି। ୪୭ ଟି ଆସନରେ ଜେଡିୟୁ ଆଗରେ ଅଛି। ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିବା ଚିରାଗ ପାସୱାନଙ୍କ ନେତୃତ୍ୱାଧୀନ ଏଲଜେପି ୭ ଟି ଆସନରେ ଆଗୁଆ ଅଛି।

ଏଥର ବିହାରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ଭୋଟ୍ ଗଣନା ଚାଲିଛି। ଏଭଳି ପରିସ୍ଥିତିରେ ଯଦି ଫଳାଫଳ ଏପର୍ଯ୍ୟନ୍ତ ପରିବର୍ତ୍ତନ ଉପରେ ନଜର ପକାଇଲେ ବିଜେପି-ଜେଡିୟୁ ମିଳିତ ମଞ୍ଚ ପୁଣି ଥରେ ରାଜ୍ୟରେ ସରକାର ଗଠନ କରିପାରନ୍ତି।

Related Posts

About The Author

Add Comment