ସୁନ୍ଦରଗଡ଼ ତା:୨୧-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଦିନକୁ ଦିନ ଚାଲିଛି ଛୋଟ ଛୋଟ ଝିଅ ମାନଙ୍କ ସହିତ ଯୁବକ ମାନଙ୍କର ଶାରୀରିକ ସମ୍ପର୍କ l ଶାରୀରିକ ସୁଖ ପାଇ ଶେଷରେ ଅନ୍ୟ ଯୁବତୀ ଙ୍କ ସହିତ ବାହା ହେଉଛନ୍ତି ଯୁବକ l ସୂଚନା ଅନୁସାରେ ତଲସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳର ଛୋଟ ଛୋଟ ଝିଅ ମାନଙ୍କ ସହିତ ଯୁବକ ମାନେ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଶେଷରେ ଶାରୀରିକ ସୁଖ ପାଇ ଅନ୍ୟ ଯୁବତୀ ଙ୍କୁ ବାହା ହେଉଥିବା ସୂଚନା ମିଳିଛି l ସୂଚନା ମୁତାବକ ବନଡେଗା ଫାଣ୍ଡି ଅନ୍ତର୍ଗତ ଲୁଲୁକିଡ଼ିହି ପୁଗୁରା ମୁଣ୍ଡା ର ଜଣେ ୧୭ବର୍ଷ ର ଜୈନେକ ଝିଅ ସହିତ ବନଡେଗା ଗ୍ରାମର ଗୁଫରାନ ହୁସେନ (୧୮)ଗତ ତା:୦୧-୦୧-୨୦୨୫ରିଖ ଦିନ ଦିନ ୧୨ଟା ସମୟରେ ଝିଅ ସହିତ ବନଡେଗା (ଚାରଢିପା )ଜଙ୍ଗଲରେ ଶାରୀରିକ ସମ୍ପର୍କ ରଖିଥିଲା l ପରେ ଅନେକ ଥର ଅଲଗା ଅଲଗା ଜାଗା କୁ ନେଇ ଶାରୀରିକ ସମ୍ପର୍କ ରଖିଥିଲା l ସୁନ୍ଦରଗଡ଼ ଲଜ, ଛତିଶଗଡ ରାଜ୍ୟ ର କଂସାବେଳ ଲଜ କୁ ନେଇ ଶାରୀରିକ ସମ୍ପର୍କ ରଖିଥିବା ବିଶେଷ ସୂତ୍ରରୁ ପ୍ରକାଶ l ଏତିକିରେ ଜୈନେକ ଝିଅ ଜଣକ ଯୁବକ ବାହା ହେବା ପାଇଁ କହିବାରୁ ଯୁବକ ଜଣକ ରୋକଠୋକ ମନା କରି ଦେଲେ l ଶେଷରେ ଦୁଇ ପରିବାର ମିଶି ପ୍ରେମିକ ପ୍ରେମିକା ଦ୍ୱୟ ଙ୍କୁ ଅଲଗା ଅଲଗା କରି ଦେଇଥିଲେ କିନ୍ତୁ ଯୁବକ ଜଣକ ଗତ ତା:୧୯-୦୮-୨୦୨୬ରିଖ ଦିନ ଜୈନେକ ଯୁବତୀ ଜଣକୁ ଡାକି ଶାରୀରିକ ସମ୍ପର୍କ ରଖିଥିବା ସୂଚନା ରହିଛି l ଶେଷରେ ଯୁବକ ଜଣକ ର ତା:୨୧-୦୮-୨୦୨୬ରିଖ ଦିନ ଅଲଗା ଯୁବତୀ ଙ୍କ ସହିତ ବାହା ହୋଇଛି l ଏ ନେଇ ଜୈନେକ ଝିଅ ଜଣକ ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିବା ସୂଚନା ମିଳିଛି l ଅଭିଯୋଗ ପାଇ ତଲସରା ପୋଲିସ ଦଳବଳ ସହିତ ଯୁବକ ବାହା ହେଉଥିବା ବେଳେ ଯୁବକ ଙ୍କୁ ଗିରଫ କରିବାକୁ ଯାଇ ଯୁବକ ଙ୍କୁ ଗିରଫ କରିବାର ଉଦ୍ୟମ ଚଳାଇଥିବା ବେଳେ ଯୁବକ ଜଣକ ଫେରାର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ବିବାହ ର ପ୍ରତିଶୃତି ସହ ଶାରୀରିକ ସଂପର୍କ, ଶେଷରେ ଅନ୍ୟ ସହିତ ବାହାଘର
|
August 21, 2026 |



