ଯାଜପୁର ସଦର,୧୯ା୧୧: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ଚନ୍ଦ୍ରାମୁ ପଂଚାୟତର ମଲିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସାରଥି ମଲିକ, ସହକାରୀ ଶିକ୍ଷୟତ୍ରୀ ପ୍ରଶାନ୍ତୀ ପାତ୍ରଙ୍କୁ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଏହି ୨ ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ବିଡ଼ିଓ ସୁବାଷ ଚନ୍ଦ୍ର ବିଶ୍ୱାଳ ନିର୍ଦ୍ଦେଶ ଦେଇଛନ୍ତି । ବିଞ୍ଝାରପୁର ପ୍ରାଥମିକ ବିଦ୍ୟାଳୟର ସହାକାରୀ ଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କୁ ଜେନାସାହୀ ପ୍ରାଥମିକ ବିଦ୍ୟଳୟରେ ନିଯୁକ୍ତି ହେବାପରେ ମଲିପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଆସୁନଥିବା ବେଳେ, ଏନେଇ ବିଡିଓଙ୍କ ନକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ଏନେଇ ସିଆରସିସି, ଏବିଓ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ, ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବାରମ୍ବାର ତାଗିଦ କରାଯାଇଥିଲେ ମଧ୍ୟ ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଦିନ ବିଦ୍ୟାଳୟ ଖୋଲା ରହିଥିବା ବେଳେ, ପୂର୍ବାହ୍ନ ୧୦.୩୦ ମିନିଟ ପର୍ଯ୍ୟନ୍ତ ବିଦ୍ୟାଳୟକୁ କୌଣସି ଶିକ୍ଷକ ଆସିନଥିଲେ । ଏନେଇ ଗ୍ରାମବାସୀ ମାନେ ବିଓଙ୍କୁ ଜଣାଇଥିଲେ । ବିଓଙ୍କୁ ଜଣାଇବାପରେ ଏବିଓ ପ୍ରଫୁଲ୍ଲ କୁମାର ବଳ ଏହି ବିଦ୍ୟାଳୟରେ ପହଁଞ୍ôଚ ବିଦ୍ୟାଳୟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ବିଦ୍ୟାଳୟରେ ଖେଳୁଥିବା ପିଲାମାନଙ୍କୁ ପ୍ରାର୍ଥନା କରିବାକୁ ଡାକିବା ସହିତ ବାରଣ୍ଡାରେ ପାଠ ପଢ଼ାଇଥିଲେ । କିଛି ସମୟପରେ ସହକାରୀ ଶିକ୍ଷୟତ୍ରୀ ପ୍ରଶାନ୍ତି ପାତ୍ର ବିଦ୍ୟାଳୟରେ ପହଁଞ୍ôଚଥିଲେ । ଏବିଓଙ୍କ ରିପୋର୍ଟ ଅନୁସାରେ ବିଓ ବିଦ୍ୟାଳୟ ପତ୍ର ସଂଖ୍ୟା ୨୬୫୮ ଓ ୨୬୬୫ ଅନୁଯାୟୀ ପ୍ରଧାନ ଶିକ୍ଷୟତ୍ରୀ ଓ ସହାକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମଲିକଙ୍କୁ ଯୋଗେଯାଗ କରିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲେ । ସହକାରୀ ଶିକ୍ଷୟତ୍ରୀ ସଫେଇ ଦେଇ କହିଛନ୍ତି ଯେ, ମୁଁ ଅସୁସ୍ଥ ଥିବାରୁ ବିଦ୍ୟାଳୟରେ ୧୦.୩୦ ମିନିଟରେ ପହଁଞ୍ôଚଥିଲି । ଏନେଇ ବିଓଙ୍କ ପକ୍ଷରୁ କୌଣସି ଉତ୍ତର ମଗାନଯାଇ ନିଲମ୍ବିତ କରାଯାଇଥିବା ସହକାରୀ ଶିକ୍ଷୟତ୍ରୀ ପ୍ରଶାନ୍ତୀ ପାତ୍ର ଅଭିଯୋଗ କଚିଛନ୍ତି ।
ବିଞ୍ଝାରପୁର ବ୍ଲକର ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷୟତ୍ରୀ ନିଲମ୍ବିତ
|
November 20, 2023 |