ବଡ଼ଚଣା, ୧୭/୫ (ସନ୍ଧାନ ନିୟୁଜ) ବଡ଼ଚଣା ଫୁର୍ତ୍ତ ବିଭାଗ ଅଧିନସ୍ଥ ସୋଲର ପଞ୍ଚାୟତରେ ୨୦୧୯-୩୦ ଆର୍ଥିକ ବର୍ଷର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୪ କୋଟି ୫୭ ଲକ୍ଷ ଟଙ୍କା ବିନିମୟରେ ୩.୫ କି.ମି.ରାସ୍ତାକୁ ଶ୍ରୀ ଜଗନ୍ନାଥ କନଷ୍ଟ୍ରକ୍ସନ କୁମ୍ଭେଇ-ଉପୁଳା ରାସ୍ତାର ଉନ୍ନତି କରଣ ପାଇଁ କାର୍ଯାଦେଶ ପାଇ କାମ ଆରମ୍ଭ କରିଛି।ଆରମ୍ଭ ରୁ ହିଁ ଠିକାଦାରଙ୍କ ମନମୁଖି ଲୋକଲୋଚନକୁ ଆସିଛି।ଏଥିରେ ବଡ଼ଚଣା ଫୁର୍ତ୍ତ ବିଭାଗ ଅଧିକାରୀ ମାନେ ପରୋକ୍ଷରେ ସମର୍ଥନ ଦେଉଥିବା ସୋଲର ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। କାର୍ଯ୍ୟାଦେଶ ମୁତାବକ ଗଳିପୋଲ ଓ କଲଭର୍ଟ ରେ ବ୍ୟବହୃତ ହୋମ ପାଇପ୍ ସବୁ ପୁନଃ ବ୍ୟବହାର କରାଯାଉଛି ଏବଂ ନଷ୍ଟ ଯୋଗ୍ୟ କଲଭର୍ଟ ଗୁଡିକର ବେସ୍ ଅତି ନିମ୍ନମାନର ଯାହାକି ବର୍ଷା ଜଳ ନିଷ୍କାସନ କରିବାକୁ ଅସମର୍ଥ।ରାସ୍ତାରେ ବ୍ୟବହାର କରାଯାଉଥିବା ମାଟି ସବୁ ରାସ୍ତାର ଉଭୟ ପାର୍ଶ୍ବରୁ ଉତ୍ତୋଳନ କରାଯାଇଛି, ଯାହାକି ରାସ୍ତାର ସ୍ଥାୟୀତ୍ୱ ପ୍ରତି ବିପଦ। ଠିକାଦାର ଙ୍କ ପ୍ରରୋଚନାରେ ପଡି କାର୍ଯ୍ୟକ୍ଷେତ୍ରରେ ସଂପୃକ୍ତ ଜେଇ,ଏସ.ଡ଼.ଓ ଉପସ୍ଥିତ ନରହିବାରେ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଆମ ପ୍ରତିନିଧି ବଡ଼ଚଣା ଫୁର୍ତ୍ତ ବିଭାଗ ଅଧିକାରୀ ତୁଳସୀ ପାତ୍ର ଙ୍କ ଠାରୁ ମତାମତ ଚାହିଁବାରୁ ସେ ସ୍ପଷ୍ଟ ଭାବରେ ଗଣମାଧ୍ୟମକୁ କୈ।ଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏଣୁ ତୁରନ୍ତ ଏଦିଗରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳ ଠାରେ ଅଭିଯୋଗ କରିଛନ୍ତି।
Report- T mishra