ଅନୁଗୋଳ, 23.01.2021 (ସନ୍ଧାନ ନିଉଜ୍):- ଅନୁଗୋଳ ନାଲକୋରୁ ଟ୍ରକ ଯୋଗେ ଆଲୁମିନିୟମ ସଠିକ ଭାବେ ପରିବହନ ହୋଇପାରୁ ନଥିବାରୁ ନାଲକୋ ଟ୍ରକ ମାଲିକ ୱେଲଫେୟାର ଆସୋସିଏସନ ଓ ଅନୁଗୋଳ ଟ୍ରକ ମାଲିକ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି। ପ୍ରତିବାଦରେ ନାଲକୋକୁ ସଂଯୋଗ କରୁଥିବା ରେଳ ଧାରଣାରେ ଟ୍ରକ ମାଲିକମାନେ ଧାରଣାରେ ବସିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ଦାବି ଜଣାଇଛନ୍ତି । ଦାବି ମୁତାବକ, ନାଲକୋ ଏବେ ରେଳ ଯୋଗେ ଆଲୁମିନିୟମ ପରିବହନ ବିଭିନ୍ନ ଜାଗାକୁ କରୁଛି। ଯାହାଦ୍ବାରା ଟ୍ରକ ଯୋଗେ ପରିବହନ ପ୍ରଭାବିତ ହୋଇଛି। ନିଜର ଭିଟାମାଟି ହରାଇ ଯେଉଁମାନେ ଟ୍ରକ ଖଣ୍ଡିଏ କରି ଗୁଜୁରାଣ ମେଣ୍ଟାଉ ଥିଲେ, ସେମାନେ ଜୀବିକା ହରାଇଛନ୍ତି। ଏହାଦ୍ବାରା ୩ ହଜାର ଟ୍ରକ ମାଲିକ ଏବଂ ୩୦ ହଜାର ପରିବାର ପ୍ରଭାବିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରକ ମାଲିକ। ସେପଟେ ସ୍ଥାନୀୟ ଟ୍ରକ ମାଲିକମାନେ ନାଲକୋକୁ ସମ୍ପୂର୍ଣ୍ଣ ଅସହଯୋଗ କରିବା ସହ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
|
January 23, 2021 |