ଆନ୍ଦୋଳନକୁ ଡାକ୍ତର ମାନେ ଦାବି ପୂରଣ ପାଇଁ ଓହ୍ଲାଇଲେ

Spread the love

ଯାଜପୁର, : ୩/୭/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମIଞ୍ଚଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଦାବି ପୂରଣ କରାଯିବା ପାଇଁ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଡାକ୍ତର ମାନଙ୍କ ଦାବି ପୂରଣ ସରକାର ନ କରିବା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓଡ଼ିଶା ମେଡିକାଲ ସର୍ଭିସ ଆସୁସିଏସନ ଚେତାବନୀ ଦେଇଛି । ଆନ୍ଦୋଳନ ସ୍ଥଳରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କ ସହିତ ଡାକ୍ତରଙ୍କର ଦାବି ସମ୍ପର୍କରେ ଶ୍ରୀ ସାହୁ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଙ୍କ ସହିତ ଆଲୋଚନା କରାଯାଇ ନିସ୍ପତ୍ତି ଗ୍ରହଣ କରାଯିବ ବୋଲି ବିଧାୟକ ଆଲୋଚନା କରିଥିଲେ । ୮ ଦଫା ଦାବି ଡାକ୍ତର ମାନଙ୍କ ପୂରଣ ନ ହେବାରୁ ଡାକ୍ତର ଦିବସ ଆନ୍ଦୋଳନ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡାକ୍ତର ଧାରଣରେ ବସିଛନ୍ତି ଏଠାରେ ସୂଚନା ଯୋଗ୍ୟ ଯେ ଯାଜପୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓମସାର ସମସ୍ଥ ଡାକ୍ତର ଆନ୍ଦୋଳନ କରିବା ସହିତ ଧାରଣାରେ ବସି ରହି ନିବୃତ୍ତ ରହିଛନ୍ତି । ମେଡିକାଲରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ବହୁ ଅଘଟଣ ଘଟଣା ଘଟିଥିବା ବେଳେ ଯାହା ଫଳରେ ରୋଗୀଙ୍କ ସମ୍ପକିୟଙ୍କ ଆକ୍ରୋସର ଶିକାର ହୋଇଥାନ୍ତି । ଡାକ୍ତର ମାନେ କେତେକ କ୍ଷେତ୍ରରେ ରୋଗୀ ସେବା କରୁଥିବା ଡାକ୍ତର ମାନେ ମରଣାତ୍ମକ ନଜିର ରହିଥିବା ବେଳ ଡାକ୍ତରଙ୍କୁ ସୁରକ୍ଷା ଦେବା ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଡାକ୍ତର ଚିକିତ୍ସା କରୁଥିବା ସମୟରେ ନିଜ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ସେ ନିଜେ ଅସୁରକ୍ଷିତ ହୋଇ ପଡିଥାନ୍ତି ରୋଗୀ ମାନଙ୍କୁ ଚିକିତ୍ସା କିପରି କିପରି କରିବେ ବୋଲି ଡାକ୍ତର ମାନେ ଏ ନେଇ ଅଭିଯୋଗ କରିଥିଲେ । ଡାକ୍ତରଙ୍କ ସୁରକ୍ଷା ନେଇ ସରକାରଙ୍କ ନିକଟରେ ଦୃଷ୍ଟି ଗୋଚର କରଯାଉଥିବାବେଳ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ହେଲେ ରୋଗୀଙ୍କ ସମ୍ପକିୟ ଆକ୍ରୋସ ହେଉଛନ୍ତି । ଦରମା, ପେନ୍‌ସନ ବୃଦ୍ଧି ଇନ୍‌ସେନ୍ଟିଭ ସ୍ଥାଇ ନିଯୁକ୍ତି ପାଇଁ ସରକାରଙ୍କୁ ବାରମ୍ଵାର ଡାକ୍ତର ଦାବି କରୁଥିଲେ । ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନ କରାଯିବା ପରେ ମଧ୍ୟ କୌଣସି ସୁଫଳ  ମିଳିନଥିବାରୁ ସଂଘ ବାଧ୍ଯ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମନୋଜ ସେନାପତି,ପ୍ରଫୁଲ ଦିକ୍ଷିତ, ପ୍ରତି ସାମଲ,ସୁପ୍ରକାଶ ଶତପଥି,ଦୀପକ ବେହେରା,ଦେବାଶିଷ ପଟ୍ଟନାୟକ,ଡ.ଅନୁଶୟା ଜେନା,ଶାନ୍ତି ମୁର୍ମୁ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ ମେଡିକାଲ କଲେଜରେ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment