ସୁନ୍ଦରଗଡ ତା:୧୫/୧୧/୨୦୨୬(ସନ୍ଧାନ ନ୍ୟୁଜ) ତଳସରା ଅଞ୍ଚଳର ଝାଳଙ୍ଗ ଟୁଁଙ୍ଗୁରି ଠାରେ ଆଜି ଏକ ଜଙ୍ଗଲୀ ହାତୀ ଦେଖିବାକୁ ମିଳିଛି। ଜନବସତି ନିକଟରେ ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହେବା ସହ ତୁରନ୍ତ ତଳସରା ବନ ବିଭାଗକୁ ଖବର ଦେଇଥିଲେ।
ସୁଚନା ପାଇବା ପରେ ବନ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ହାତୀଟିକୁ ଜନବସତି ଅଞ୍ଚଳରୁ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ତେବେ ହାତୀଟି ଏବେ ମଧ୍ୟ ଝାଳଙ୍ଗ ଟୁଁଙ୍ଗୁରି ଅଞ୍ଚଳରେ ବୁଲୁଥିବା ସୂଚନା ମିଳିଛି। ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ଝାଳଙ୍ଗ ଟୁଁଙ୍ଗୁରିରେ ଜଙ୍ଗଲୀ ହାତୀ, ଭୟଭୀତ ଗ୍ରାମବାସୀ
|
November 15, 2026 |



