ବରଗଡ଼ : ୨୩/୮/୨୬ (ସନ୍ଧାନ ନ୍ୟୁଜ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଭବାତ୍ମକ ଶିକ୍ଷା ତଥା ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ଲକ୍ଷ୍ୟରେ କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ରେ ନୂତନ ସ୍ପେସ୍ ଲ୍ୟାବ୍ ଉଦ୍ଘାଟିତ ହୋଇଛି। ଏହି ଅବସରରେ ପୂର୍ବତନ ଇସ୍ରୋ ବୈଜ୍ଞାନିକ, ଏରୋସ୍ପେସ୍ ବିଶେଷଜ୍ଞ ତଥା ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ସହକର୍ମୀ ପ୍ରଫେସର ଏଲାଙ୍ଗୋଭନ ରାଜଗୋପାଳନ ଏହି ସ୍ପେସ୍ ଲ୍ୟାବ୍କୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ କ୍ରିଷ୍ଣା ବିକାଶ ସମୂହର ଚେୟାରମ୍ୟାନ୍ ଶ୍ରୀ ଡି. ମୁରଲୀ କ୍ରିଷ୍ଣା, ବିକାଶ ସମୂହର ଡାଇରେକ୍ଟର ଡ. ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର ଏକାଡେମିକ୍ ପ୍ରିନ୍ସିପାଲ୍ ଶ୍ରୀ ଶିଶିର ପ୍ରସାଦ ରାଉଳ, ନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତ୍ରରଞ୍ଜନ ପତି, ସି.ଏଚ୍.ଜି.ଏସ୍.ଏ. ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ବିକାଶ ଶିକ୍ଷାନୁଷ୍ଠାନ ସମୂହର ପିପୁଲ୍ ଏଣ୍ଡ କଲଚର୍ ହେଡ୍ ଶ୍ରୀ ଅଶ୍ୱିନୀ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଉପାଧ୍ୟକ୍ଷ ଡ. ମନୋଜ କୁମାର ତ୍ରିପାଠୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ଦାଶୀ ମୁରଲୀ କ୍ରିଷ୍ଣା ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ। ଏହାପରେ ପ୍ରଫେସର ରାଜଗୋପାଳନ ଇସ୍ରୋର ଅଭିଜ୍ଞତା ବାଣ୍ଟିବା ସହ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ଆଲୋଚନାତ୍ମକ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ, ରକେଟ୍, ଉପଗ୍ରହ ଏବଂ ଏରୋସ୍ପେସ୍ ପ୍ରଯୁକ୍ତି ସମ୍ପର୍କରେ ଉତ୍ସାହର ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରଫେସର ରାଜଗୋପାଳନ ସେସବୁ ପ୍ରଶ୍ନର ଉତ୍ତର ଦେଇ ଛାତ୍ରଛାତ୍ରୀଙ୍କ ଜିଜ୍ଞାସାକୁ ଉତ୍ସାହିତ କରିଥିଲେ। ନୂତନ ସ୍ପେସ୍ ଲ୍ୟାବ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା, ବୈଜ୍ଞାନିକ ଅନୁସନ୍ଧାନ, ପରୀକ୍ଷଣ ଓ ନବସୃଜନ ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ବିକାଶ ଆବାସିକ ବିଦ୍ୟାଳୟର ବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ଶ୍ରୀ ବିନୀତ କୁମାର ଦୋରା ସହଯୋଗ କରିଥିଲେ।
କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ରେ ସ୍ପେସ୍ ଲ୍ୟାବ୍ ଉଦ୍ଘାଟିତ



