କୋଭିଡ-19 ସଂକ୍ରମଣ ପ୍ରତିହତ ଲାଗି ନୂତନ ନିୟମାବଳୀ ଜାରି

Spread the love
ରାଉରକେଲା, ୨୪/୦୪/୨୦ (ସନ୍ଧାନ ନିଉଜ) : କୋଭିଡ୍ 19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜାରି ହୋଇଥିବା ଲକଡାଉନକୁ ନଜରରେ ରଖି ରାଉରକେଲା ମହାନଗର ନିଗମର ଜାରି କଲା ନୂତନ ନିୟମାବଳୀ । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଗତ 17 ଓ ତାରିଖରେ ଜାରି ହୋଇଥିବା ଆଦେଶ ସଂଖ୍ୟା 2214 ଓ 2267 ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା 20 ତାରିଖରେ ଜାରି ଆଦେଶ ସଂଖ୍ୟା 1094 ଆଧାରରେ ଗୁରୁବାର ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। କୋଭିଡ19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଗମ କମିଶନର କ୍ଷମତାପ୍ରାପ୍ତ ଅଧିକାରୀ । ଏହି ଦୃଷ୍ଟିରୁ ସେ ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଣିକି ସହରର ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା, ଡାଏରୀ ଏବଂ ମିଲ୍କ ବୁଥ୍, ମାଛ, ମାଂସ ଇତ୍ୟାଦି ଏବଂ ପଶୁ ଖାଦ୍ୟ ବିକ୍ରି କରୁଥିବା ଦୋକାନ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଏତଦବ୍ୟତୀତ ଏହି ସବୁ ସାମଗ୍ରୀର ପରିବହନ, ସଂରକ୍ଷଣ ଏବଂ ତତ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଉପରଲିଖିତ ଧାର୍ଯ୍ୟ ସମୟରେ ଚାଲୁ ରହିବ ।  ସେହିପରି ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମରାମତି କରୁଥିବା ଦୋକାନ ଯେପରିକି ଫ୍ୟାନ୍, ଏୟାର କୁଲର୍, ୱାଟର ପ୍ୟୁରିଫାୟର, ଏୟାର କଣ୍ଡିସନର, ମୋବାଇଲ ଫୋନ, କମ୍ପ୍ୟୁଟର ମରାମତି ଆଦି ଦୋକାନ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

Related Posts

About The Author

Add Comment