କିଶନନଗରରେ ଲଘୁଚାପ ଜନିତ ବର୍ଷା ଯୋଗୁ ବ୍ୟାପକ ଧାନଜମି ଜଳମଗ୍ନ

Spread the love

କଟକ, ୨୬/୦୮/୨୦୨୦ (ସନ୍ଧାନ ନିଉଜ)- କଟକ ସଦର ବ୍ଲକ କିଶନନଗର ତଥା ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ବ୍ୟାପକ ଧାନଜମି ଜଳମଗ୍ନ ହୋଇଛି। ଗୋଟିଏ ପଟେ କରୋନା ମାଡ ଅନ୍ୟ ପଟେ ଲଗାଣ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି।ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ନ ହୋଇ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି।  କୃଷକଙ୍କ ଭାତହାଣ୍ଡି ପାଣିରେ ବୁଡି ରହିଥିବାରୁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷି ଏବଂ କୃଷକଙ୍କ ନାନାଦି ସମସ୍ୟା, ଜଳବନ୍ଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ଏବଂ ବାରହାପାଟ,ବୋଧପୁର,ଭୋଇପଡା-ରାଧାନଗରରେ ଜମିରେ ରହିଥିବା ଜଳ ନିଷ୍କାସନର ସ୍ଥାୟି ସମାଧାନ,ଡ୍ରେନେଜ ବ୍ୟବସ୍ଥାର ଆଧୁନିକରଣ,ସଫେଇ ଆଦି ସମସ୍ତ ଦିଗରେ ପଦକ୍ଷେପ ନେବାକୁ କଟକ ସଦର ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ର ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚୟନୀ କିଶନନଗର ଅଞ୍ଚଳ ପରିଦର୍ଶନ କରୁଥିବା ସମୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାସହ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ! ମାନ୍ୟବର ଜିଲ୍ଲାପାଳ ଖୁବଶୀଘ୍ର ଏହି ସମସ୍ୟାର ସମାଧାନକରି କୃଷକ ପରିବାର ମୁହଁରେ ହସଫୁଟାଇବେ ଏହି ଆଶାବାନ୍ଧିଛନ୍ତି ସମସ୍ତ କୃଷକ ସମାଜ !

Related Posts

About The Author

Add Comment