ଗିରିଶ ଚନ୍ଦ୍ର ସ୍ମୃତି ଭବନରେ ଯୁଗିଯୁଗେନ ଡ୍ୟାମ ବନ୍ଦ କୁ ନେଇ ସଂଗ୍ରାମ ସମିତି ସହିତ ତଳସରା ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ମହୋଦୟ ଙ୍କ ବିଶେଷ ଉପସ୍ଥାପନା

Spread the love

ସୁନ୍ଦରଗଡ ତା:୧୯-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଆଜି ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ଠାରେ ଥିବା ଗିରିଶ ଚନ୍ଦ୍ର ସୃତି ଭବନରେ ଯୁଗୀ ଯୁଗୀଏନ ସଂଗ୍ରାମ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ତଲସରା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗଦେଇଥିଲେ l ଏହି ବୈଠକ ରେ ଇବ ନଦୀ ବନ୍ଧ ଯୋଜନା ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି l ବିଶେଷ କରି ବିସ୍ଥାପିତ, ବୁଡ଼ି ଅଞ୍ଚଳ ,କେତେ ସଂଖ୍ୟାରେ ଲୋକ ପ୍ରଭାବିତ ହେବେ, ତା ସହିତ ଏହା ଆଦିବାସୀ ଅଞ୍ଚଳ ହେବା ଦୃଷ୍ଟି କୋଣରୁ ବିନା ଗ୍ରାମ ସଭାରେ କାର୍ଯ୍ୟ ବିଷୟରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ମାନ୍ୟବର ତଳସରା ବିଧାୟକ ସାଧାରଣ ଜନତାଙ୍କ ପାଇଁ ସଦା ସର୍ବଦା ସମର୍ପିତ ରହିବେ ବୋଲି ତଳସରା ବିଧାୟକ ନିଜ ମତ ରଖିଥିଲେ । ଅତିଶୀଘ୍ର ଏ ଦିଗରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇ ତାର ଉଚିତ୍ ସମାଧାନ ବାହାର କରିବାର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Related Posts

About The Author

Add Comment