କରୋନା ମୁକାବିଲା  ପାଇଁ  ସର୍ବ ଦଳୀୟ ବୈଠକ .

ଭୂବନେଶ୍ବର,୦୧/୦୮/୨୦୨୦ (ସନ୍ଧାନ ନିଉଜ) ଦୀର୍ଘ ଦିନର lockdown ,Shutdown ପରେ  ଲୋକସଭା  ଭବନ ରେ corona ମହାମାରି  ର ମୁକାବିଲା ପାଇଁ ଲୋକସଭା ଭବନ ରେ ସର୍ବ ଦଳୀୟ ବୈଠକ ହୋଇଥିଲା .
ସେଠାରେ ବିରୋଧୀ ଦଳ ର ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ମାନ୍ୟବର କେନ୍ଦ୍ର ସୋରାଷ୍ଟ୍ର ମନ୍ତ୍ରୀ ଅମିତ. ସାହା ଙ୍କ ଠାରୁ କିପରି ଅନ୍ୟ ରାଜ୍ୟରେ ନିୟନ୍ତ୍ରଣ କରାଯାଉଛି ଏବଂ କିପରି ଉତ୍ତମ ନିୟନ୍ତ୍ରଣ କରାଯାଇପାରିବ ସେ  ନେଇ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି .ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା କରୋନା ମୁକାବିଲା କରିବାରେ ପ୍ରଶଂସା ସାଉଣ୍ଟି ଥିବା ଶ୍ରୀଯୁକ୍ତ ବାଗଚିଙ୍କୁ କାହିଁକି ଆଢୁଆଳକୁ ବିଜେଡି ସରକାର ଠେଲି ଦେଲେ ଏବେବି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ।। ସତ କହିବାକୁ ଗଲେ ମୁଖିଆଙ୍କ ଠାରୁ ଯିଏ ଅଧିକ ଲୋକ ପ୍ରିୟ ହୋଇଛି ସେ ତିନି ପାଞ୍ଜିରୁ ଯାଇଛି ଏହା ହେଉଛି ବିଜେଡିର ପରମ୍ପରା ।।ରାଜ୍ୟ ସରକାର କରୋନା ପାଇଁ ବାହା ବାହା ନେଉ ଥିଲା ବେଳେ ବାସ୍ତବ ଚିତ୍ର ଅଲଗା ।।କାହିଁକି ନା ଯେବେ ପାଞ୍ଚ ଦଶ ଜଣ କରୋନା ଆକ୍ରାନ୍ତ ବାହାରୁ ଥିଲେ ସେତେ ବେଳେ ଲକଡାଉନ ସଟ୍ଟଡାଉନ ମାତ୍ର ଏବେ ପାଞ୍ଚ ଶହରୁ ହଜାରେ ଆକ୍ରାନ୍ତ ବାହାରୁ ଥିବା ବେଳେ ସବୁ ଖୋଲା ମେଲା ।।ଗ୍ରାଉଣ୍ଡ ଜିରୋରୁ ପରଖିବା ପରେ ଯାହା ଅନୁମାନ କରାଯାଉଛି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଫେଲ ମାରିଛନ୍ତି ।।ନିଜର ଅପାରଗତା ଲୁଚାଇବା ପାଇଁ ଯେତେ ଚେଷ୍ଟା କଲେବି ରାଜ୍ୟ ସରକାରଙ୍କ ଅସଲ ମୁଖା ସ୍ପଷ୍ଟ ବାରି ହୋଇ ପଡୁଛି ।।
ଖୋର୍ଦ୍ଧା ଭୂବନେଶ୍ବରରୁ ଅଜିତ ମହାନ୍ତିଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment