ଗଡମଧୁପୁରୁ, ୨୮/୯(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ୫୩ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ମରଣଯନ୍ତାରେ ପରିଣତ ହୋଇଛି । ପ୍ରତିଦିନ ଏହି ରାଜପଥ ଉପରେ ବହୁ ସଂଖ୍ୟାରେ ଭାରୀଯାନ କଳାପଥର ବୋଝେଇ ଚିପ୍ସ, ବୋଲଡର ଗାଡି ଗୁଡିକର ବେପାରୁଆ ଚାଳାନା ଫଳରେ ଦୃର୍ଘଟଣାରେ ବହୁ ଧନ ଜୀବନ ହାନୀ ହେଉଛି । ଗତକାଲି ଏହି ରାସ୍ତାରେ ଜଣେ ଗରିବ ଲୋକଙ୍କର ଜୀବନ ଯାଉଥିବା ବେଳେ ରାସ୍ତା ରୋକ କରାଯାଇଥିଲା । ଫଳରେ ଆଜି ବଜାର କମିଟି, ବରଡା ଛକ ଆଂଚଳିକ ଯୁବକ ସଂଘ ସକାଳୁ ରାସ୍ତା ରୋକ କରି ପ୍ରଶାସନକୁ ରାସ୍ତା ମରାମତି କରିବା ଏବଂ ଦୃର୍ଘଟଣାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଅଧଘଂଟା ଧରି ଜାତୀୟ ରାଜପଥ ଅବରୋଧ କରିବା ପରେ ଅବରୋଧ ହଠାଯାଇଥିଲା । ଶରତ ମଲିକଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ନୃସିଂହ ମଲିକ, ବଟକୃଷ୍ଣ ମଲିକ, ଦେବବତ୍ର ସାହୁ, ନୀଳ ସାହୁ, ନିର୍ମଳ ଜେନା, କାବୁ ଜେନାମଣୀ, ସ୍ୱାଧୀନ ବେହରା, ମାନସ ସାହୁ, ସଂଜୟ ସାହୁ, ଦିଜ ସାହୁ, ଗୁନି ବେହେରା, ସଶାକାନ୍ତ ବାରିକ, ଉତ୍ତମ ବେହେରା ପ୍ରମୁଖଙ୍କ ସହିତ ବହୁ ସାଧରଣ ଜନତା ଯୋଗଦେଇ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।
ତାଜା ଖବର
- ଝାରସୁଗୁଡ଼ାର ପଞ୍ଚପଡା ଗ୍ରାମ ସ୍ଥିତ (ଶିବ ଉପବନ) ବ୍ରହ୍ମାକୁମାରୀ ଆଶ୍ରମରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ
- ରାଜ୍ୟ ସୀମାନ୍ତ ଲୁଲକିଡିହି ଛତିଶଗଡ଼ କୁ ସଂଯୋଗ କରୁଥିବା ବ୍ରିଜର ଅବସ୍ଥା ଶୋଚନୀୟ
- ସରକାରୀ ସ୍କୁଲରେ ପାଠ ପଢ଼ି ବିନା ଟ୍ୟୁସନ ଓ କୋଚିଂରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନଙ୍କ ସଫଳତା
- ଯାଜପୁର ଓ ଚଣ୍ଡୀଖୋଲରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ
- ଭାରତୀ ବିହାର ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’
- *ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି*
- ଭାରତୀ ବିହାର ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’
- ଦଶରଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
- ଯାଜପୁରରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
- ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ ପ୍ରୋଗ୍ରାମ



