ଧାମନଗର ୨୩/୧୧/୨୬ (ସନ୍ଧାନ ନ୍ୟୁଜ) ଧାମନଗର ବ୍ଲକ ଓ ବିଜ୍ଞାପିତ ପରିଷଦ ବୈଠକରେ ଯୋଗ ଦେଇ ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କରିଥଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ ବ୍ଲକ ରେ ପହଞ୍ଚିବା ପରେ ତାଙ୍କୁ ବିଡ଼ିଓ, ତହସିଲଦାର ଓ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରି ଥିଲେ। ବାତ୍ୟା ଆକ ଭାନ ର କେଉଁ ଅଞ୍ଚଳ ରେ କେତେ କ୍ଷତି ହୋଇଛି ତାର ସବିଶେଷ ବିବରଣୀ ମାଗି ଥିଲେ। ସମସ୍ତ ପ୍ରକଳ୍ପ ଯଥା ଶୀଘ୍ର ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା ବଣ୍ଟନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ପଚାରି ବୁଝି ଥିଲେ। ଭଦ୍ରକ ପ୍ରକଳ୍ପ ଅଧିକାରୀ ବିଭିନ୍ନ ପ୍ରକଳ୍ପ ସଂପର୍କ ରେ ସୂଚନା ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଧାମନଗର ବ୍ଲକ ଓ ବିଜ୍ଞାପିତ ପରିଷଦ ବୈଠକରେ ଯୋଗ ଦେଲେ ଭଦ୍ରକ ଜିଲ୍ଲାପାଳ
|
November 23, 2026 |



