ଗଡମଧୁପୁରୁ, ୨୮/୯(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ୫୩ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ମରଣଯନ୍ତାରେ ପରିଣତ ହୋଇଛି । ପ୍ରତିଦିନ ଏହି ରାଜପଥ ଉପରେ ବହୁ ସଂଖ୍ୟାରେ ଭାରୀଯାନ କଳାପଥର ବୋଝେଇ ଚିପ୍ସ, ବୋଲଡର ଗାଡି ଗୁଡିକର ବେପାରୁଆ ଚାଳାନା ଫଳରେ ଦୃର୍ଘଟଣାରେ ବହୁ ଧନ ଜୀବନ ହାନୀ ହେଉଛି । ଗତକାଲି ଏହି ରାସ୍ତାରେ ଜଣେ ଗରିବ ଲୋକଙ୍କର ଜୀବନ ଯାଉଥିବା ବେଳେ ରାସ୍ତା ରୋକ କରାଯାଇଥିଲା । ଫଳରେ ଆଜି ବଜାର କମିଟି, ବରଡା ଛକ ଆଂଚଳିକ ଯୁବକ ସଂଘ ସକାଳୁ ରାସ୍ତା ରୋକ କରି ପ୍ରଶାସନକୁ ରାସ୍ତା ମରାମତି କରିବା ଏବଂ ଦୃର୍ଘଟଣାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଅଧଘଂଟା ଧରି ଜାତୀୟ ରାଜପଥ ଅବରୋଧ କରିବା ପରେ ଅବରୋଧ ହଠାଯାଇଥିଲା । ଶରତ ମଲିକଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ନୃସିଂହ ମଲିକ, ବଟକୃଷ୍ଣ ମଲିକ, ଦେବବତ୍ର ସାହୁ, ନୀଳ ସାହୁ, ନିର୍ମଳ ଜେନା, କାବୁ ଜେନାମଣୀ, ସ୍ୱାଧୀନ ବେହରା, ମାନସ ସାହୁ, ସଂଜୟ ସାହୁ, ଦିଜ ସାହୁ, ଗୁନି ବେହେରା, ସଶାକାନ୍ତ ବାରିକ, ଉତ୍ତମ ବେହେରା ପ୍ରମୁଖଙ୍କ ସହିତ ବହୁ ସାଧରଣ ଜନତା ଯୋଗଦେଇ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।
ତାଜା ଖବର
- ଯାଜପୁରରେ ମାଇଁ ଭାରତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ
- ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬
- ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ।
- ଚ୍ଚଶିକ୍ଷାରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ପ୍ରଦାନ କାର୍ଯ୍ୟକ୍ରମ
- ବନ୍ଧଡ଼ିହରେ ରାଜସ୍ବ ଶିବିର ଅଦାଲତ |
- ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଟାଙ୍ଗର ଗାଁ ରେ ନଅ ଟି ଛେଳି ଚୋରି, ତଲସରା ଥାନା ରେ ଅଭିଯୋଗ l
- Operation Reconnect’ IGP Satyajit Nayak hands over 200 recovered mobile phones to owners in Jajpur



